ରାଜଧାନୀରେ ଏବେ କିନ୍ନରଙ୍କ ସ୍ଵତନ୍ତ୍ର ଶୌଚାଳୟ


ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବାଣୀ ବିହାର ଛକ ନିକଟରେ କିନ୍ନରଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି । ୧୦ ସିଟ୍ ବିଶିଷ୍ଟ ହାଇବ୍ରିଡ ଶୌଚାଳୟ ମଧ୍ୟରୁ ଗୋଟିଏ ସିଟ୍ ତୃତୀୟ ଲିଙ୍ଗଙ୍କ ପାଇଁ ସଂରକ୍ଷିତ ରହିଛି ।

ବାଣୀବିହାର ଛକ ନିକଟସ୍ଥ ଏହି ଶୌଚାଳୟ ଉଦଘାଟନ ଅବସରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର(ଉତ୍ତର) ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ଡେପୁଟି ମେୟର କେ. ଶାନ୍ତି ଉପସ୍ଥିତ ଥିଲେ । ତୃତୀୟ ଲିଙ୍ଗଙ୍କ ପାଇଁ ଶୌଚାଳୟ ନିର୍ମାଣ କରିବାରେ ଓଡିଶା ଦେଶରେ ପଞ୍ଚମ   । ପଞ୍ଜାଵ, କୋଚି, ମହୀଶୂର ଓ ଭୋପାଳ ପରେ ଭୁବନେଶ୍ୱରରେ ମଧ୍ୟ ଏହି ସୁବିଧା ପାଇବେ କିନ୍ନର  ।

ଏତଦବ୍ୟତୀତ ଜାଲିମୁଣ୍ଡା, ଚିରାଗତୋଳା ଏବଂ ପଣ୍ଡାକୁଡିଆ ବସ୍ତିରେ ତିନିଟି ଗୋଷ୍ଠୀ ଶୌଚାଳୟର ଶୁଭ ଉଦଘାଟନ ହୋଇଥିଲା । ବୟସ୍କ ବ୍ୟକ୍ତି, ଶିଶୁ ଏବଂ ଦିବ୍ୟାଙ୍ଗଙ୍କ ସୁବିଧା ସକାଶେ ବିଏମସି ପକ୍ଷରୁ ଏହା ନିର୍ମାଣ କରାଯାଇଛି । ପ୍ରତି ଗୋଷ୍ଠୀ ଶୌଚାଳୟରେ ୫ରୁ ୧୨ ସିଟ୍ ରହିଛି । ପ୍ରସ୍ତାବିତ ୨୭ଟି ଶୌଚାଳୟ ମଧ୍ୟରୁ ଏଯାବତ୍ ୧୭ଟିର ନିର୍ମାଣ ସରିଛି । ଆଗାମୀ ମାର୍ଚ୍ଚ ସୁଦ୍ଧା ଅବଶିଷ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ସୂଚନା ମିଳିଛି ।

Previous ଗଣିତ-ବୃତ୍ତ ସବଜେକ୍ଟିଭ
Next ଦୁଇ ଓଡିଆ ସାହିତ୍ୟିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର

No Comment

Leave a reply

Your email address will not be published. Required fields are marked *