ରାଜଧାନୀରେ ବାଘ, ଟ୍ରାଙ୍କ୍ୟୁଲାଇଜିଙ୍ଗ୍‌ ପାଇଁ ୩ ଟି ଦଳର କସରତ

tranquilizer team in Bhubaneswar to capture the leopard at airport

ବାଘ ବୁଲୁଛି ରାଜଧାନୀରେ, ଏହାକୁ ନେଇ ବନବିଭାଗଠୁ ଆରମ୍ଭ କରି ସହରବାସୀ ସମସ୍ତେ ଚିନ୍ତାରେ। ଗତକାଲି ଭୁବନେଶ୍ୱର ପଳାସପଲୀ ଅଂଚଳରେ ସିସିଟିଭିରେ କଲରାପତରିଆ ବାଘ ବୁଲୁଥିବାର ଦୃଶ୍ୟ ସାମ୍ମନାକୁ ଆସିଥିଲା । ଏହାସହ ରାତି ୪ଟାରେ ବାଘଟିକୁ ସିଆଇଏସଏଫ ଯବାନ ଦେଖିଥିବା କୁହାଯାଉଛି । ଖବର ପାଇବା ସଙ୍ଗେସଙ୍ଗେ ରା୍ତି ସାରା ସେହି ଅଂଚଳରେ ବନ ବିଭାଗର ଟିମ୍ ପାଟ୍ରୋଲିଂ କରିଥିଲେ । ଗତକାଲି ରାତି ହୋଇଯାଇଥିବାରୁ ଟ୍ରାଙ୍କ୍ୟୁଲାଇଜିଙ୍ଗ୍‌ ସମ୍ଭବପର ହୋଇ ନ ଥିଲା। ହେଲେ ଆଜି ସକାଳୁ ବାଘ ଧରିବାକୁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ନନ୍ଦନକାନନରୁ ଆସିଥିବା ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜର ଟିମ ବାଘ ଧରିବାକୁ ଉଦ୍ୟମ କରୁଛନ୍ତି । ଜନ୍ତା ମଧ୍ୟ ଆସିଛି । ଓୟୁଏଟିର ବିଶେଷଜ୍ଞ ଦଳ ବି ଆସିଛନ୍ତି । ଟ୍ରାଙ୍କ୍ୟୁଲାଇଜ୍‌ ଦ୍ୱାରା ଯଦି ବାଘ ଧରି ନହୁଏ ତେବେ ଟ୍ରାପିଙ୍ଗ୍‌ ବା ଜନ୍ତା ଓ ଜାଲ ସାହାଯ୍ୟରେ ତାହାକୁ ଧରିବାକୁ ଉଦ୍ୟମ କରାଯିବ।ବାଘ ରହିଥିବା ସ୍ଥାନକୁ ଘେରିରହିଛନ୍ତି ସୁରକ୍ଷାକର୍ମୀ । ବାଘଟି ବିମାନବନ୍ଦର ନିକଟରେ ଥିବା ରିଲାନ୍ସ ଆଭିଏସନ ପାଖ ଜଙ୍ଗଲରେ ଥିବା ନେଇ ଭବନେଶ୍ୱର ରେଂଜ ଇନଚାର୍ଜ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି । ଏହାସହ ଏୟାରପୋର୍ଟ ରାସ୍ତାକୁ ସିଲ ମଧ୍ୟ କରାଯାଇଛି ।

Previous ୫ ମାସ ପରେ ସମ୍ବଲପୁରରେ ଖୋଲିଲା ସରକାରୀ କାର୍ଯ୍ୟାଳୟ
Next ୧୮ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାଶ ଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

No Comment

Leave a reply

Your email address will not be published. Required fields are marked *