ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫଣି’ ଭୟଙ୍କର ରୂପ ନେଇ ଓଡ଼ିଶା ଆଡକୁ ମାଡ଼ି ଆସୁଛି । ଏହାକୁ ଦୃଷ୍ଟିରେ ରଖି ୨ ତାରିଖରୁ ସମସ୍ତ ସରକାରୀ ଅନୁଷ୍ଠାନଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଛୁଟି ଜାରି ରହିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରକାଶ କରିଛନ୍ତି । ସେହିପରି ୨ ତାରିଖ ସୁଦ୍ଧା ପୁରୀ ଛାଡ଼ି ଚାଲିଯିବାକୁ ପର୍ଯ୍ୟଟକଙ୍କୁ କୁହାଯାଇଛି। ଝଡ଼ତୋଫାନ ଓ ବର୍ଷାକୁ ଦୃଷ୍ଟିରେ ରଖି ୩ ଓ ୪ ତାରିଖରେ ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଏଥିପାଇଁ ପଦକ୍ଷେପ ନିଆଯାଇଛି ୨, ୩ ଓ ୪ ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ କରାଯାଇଛି । ପରବର୍ତ୍ତୀ ନିର୍ଦେଶ ଯାଏ ବୈଷୟିକ ଶିକ୍ଷାନୁଷ୍ଠାନରେ ପରୀକ୍ଷା ବନ୍ଦ ରହିବ । ମେ ୧ସନ୍ଧ୍ୟାରୁ ଓଡ଼ିଶାର ଖୋର୍ଦ୍ଧା, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ପୁରୀ ଜିଲାରେ ‘ଫଣି’ ପ୍ରଭାବ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ‘ଫଣି’ ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ, ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୬୨୦କିମି ପୂର୍ବ ଉତ୍ତର ପୂର୍ବ, ଚେନ୍ନଇଠାରୁ ୮୪୦କିମି ପୂର୍ବ-ଦକ୍ଷିଣ ପୂର୍ବ ଏବଂ ଆନ୍ଧ୍ରପ୍ରଦେଶର ମଛଲିପଟନମଠାରୁ ୯୯୦ କିଲୋମିଟର ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଏବେ ଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ୩ ତାରିଖ ଦିନ ପୁରୀର ଦକ୍ଷିଣ ଭାଗରେ ’ଫଣି’ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଛି। ସ୍ଥଳ ଭାଗ ଛୁଇଁବା ସମୟରେ ଏହାର ଘଣ୍ଟା ପ୍ରତି ବେଗ ପ୍ରାୟ ୧୮୦ରୁ ୧୯୦ କିଲୋମିଟର ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି । ଏଥିପାଇଁ ପୁରୀର ସବୁ ହୋଟେଲ ଖାଲି କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ୨ରୁ ୫ ତାରିଖ ଯାଏ କୌଣସି ବୁକିଂ ନ ରଖିବାକୁ ନିର୍ଦେଶ ଦିଆଯାଇଛି । ସମୁଦ୍ରରେ ନ ଗାଧୋଇବା ପାଇଁ ସତର୍କ କରାଇଛି ଜିଲ୍ଲା ପ୍ରଶାସନ। ୨ ତାରିଖ ସନ୍ଧ୍ୟା ସୁଦ୍ଧା ପର୍ଯ୍ୟଟକଙ୍କୁ ପୁରୀ ଛାଡ଼ିବାକୁ କୁହାଯାଇଛି । ଅତି ଆବଶ୍ୟକ ନ ଥିଲେ ପୁରୀ ଗସ୍ତ ବାତିଲ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।ସମ୍ଭାବ୍ୟ ବାତ୍ୟା ‘ଫଣି’ ପାଇଁ ଓଡ଼ିଶାର ୧୧ ଜିଲ୍ଲାରୁ କୋଡ୍ ଅଫ କଣ୍ଡକ୍ଟ ହଟାଇଲେ ଏସିଆଇ । କାଲି ଏସିଆଇଙ୍କୁ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ଭାବ୍ୟ ବାତ୍ୟା ‘ଫଣି’ର ମୁକାବିଲା ପାଇଁ NDRF ଟିମ୍ ପ୍ରସ୍ତୁତ ହୋଇ , ପ୍ରଥମ ପର୍ଯ୍ୟାୟରେ ବାହାରିଲେ ୫ଟି ଟିମ୍, ଜଗତସିଂହପୁରକୁ ୩ ଓ ଭଦ୍ରକକୁ ୨ଟି ଟିମ୍ ଯାଇଛନ୍ତି। ‘ଫଣି’, ସହାୟତା ପାଇଁ ରାଜ୍ୟ ବାହାରୁ ଆସିବେ ଅତିରିକ୍ତ ୧୦ଟି ଟିମ୍ ବୋଲି ସୂଚନା ମିଳିଛି ।
ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫଣି’,ପୁରୀର ସବୁ ହୋଟେଲ ଖାଲି କରିବାକୁ ଜିଲ୍ଲାପାଳଙ୍କ ନିର୍ଦେଶ
tourists are directed to leave puri by tomorrow evening

No Comment