ଚାରି ଦିନରେ ୬୨ କୋଟିରୁ ଅଧିକ ଆୟ କଲା ‘ଟୋଟାଲ ଧମାଲ’

total dhamal opening weekend collection 62.40 corer

କମେଡି ଫିଲ୍ମ ‘ଟୋଟାଲ ଧମାଲ’କୁ ମିଳିଛି ବଡ ସଫଳତା । ଚାରିଦିନରେ ଫିଲ୍ମଟି ୬୨ କୋଟିରୁ ଅଧିକ ଟଙ୍କା ଆୟ କରିବାରେ ସକ୍ଷମ ହୋଇଛି । ଫିଲ୍ମଟି କେବଳ ରବିବାରରେ ୨୫ କୋଟିରୁ ଅଧିକା ଟଙ୍କା ଆୟ କରିଛି । ଅଜୟ ଦେବଗନଙ୍କ ଅଭିନୀତ ‘ସିଂହମ ରିର୍ଟନ୍ସ’ ଓ ଗୋଲମାଲ ଏଗେନ ପ୍ରଥମ ସପ୍ତାହ ଆୟ ଠାରୁ ଅଧିକ ରହିଛି ଏହି ଫିଲ୍ମର ଆୟ । ଅଳ୍ପ ଦିନ ଭିତରେ ‘ଟୋଟାଲ ଧମାଲ’ ୧00 କୋଟି କ୍ଲବରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଫିଲ୍ମର ନିର୍ଦ୍ଦେଶନା ଇନ୍ଦ୍ର କୁମାର ଦେଇଥିବା ବେଳେ ଏଥିରେ ଅନିଲ କପୁର, ମାଧୁରୀ ଦୀକ୍ଷିତ, ଅଜୟ ଦେବଗନ, ଅର୍ସଦ ଓ୍ୱାର୍ସି, ରିତେଶ ଦେଶମୁଖ, ଇଶା ଗୁପ୍ତା, ବମନ ଇରାନି ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମଟି ଗତ ୨୨ ତାରିଖରେ ରିଲିଜ ହୋଇଥିଲା ।

Previous ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ:ମାଲିକ, ମ୍ୟାନେଜର ଓ କଳାକାରଙ୍କ ବିରୋଧରେ ଏତଲା!
Next କାଲି ଯାଏଁ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା

No Comment

Leave a reply

Your email address will not be published. Required fields are marked *