ଆଜିଠାରୁ ଇଣ୍ଟର୍ନେସ୍ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ରେ (ଆଇସିଜେ) ଆରମ୍ଭ ହେବ କୁଳଭୂଷଣ ଯାଦବ ମାମଲାର ୪ ଦିନିଆ ଶୁଣାଣି । ଆଜି ଉଭୟ ଭାରତ ଓ ପାକିସ୍ତାନ ନିଜ ନିଜ ପକ୍ଷ ରଖିବେ ବୋଲି ସୂଚନା ମିଳିଛି । ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ଯାଦବଙ୍କୁ ପାକିସ୍ତାନୀ ସାମରିକ ଅଦାଲତ ଏପ୍ରିଲ୍ ୨୦୧୭ରେ ଗୁପ୍ତଚର ଓ ଆତଙ୍କବାଦ ଅଭିଯୋଗରେ ମୃତ୍ୟୁଦଣ୍ଡାଦେଶ ଦେଇଥିଲା। ତେବେ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ଭାରତ ଏହାକୁ ବିରୋଧ କରିଥିଲା । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ମାନସିକତା ଓ କାର୍ଯ୍ୟାନୁଷ୍ଠାନ ବିରୋଧରେ ଭାରତ ଆଇସିଜେରେ ଅଭିଯୋଗ କରିଥିଲା । ଏହାପରେ ଆଇସିଜେର ୧୦ ଜଣିଆ ଖଣ୍ଡପୀଠ ପାକିସ୍ତାନର ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ । ତେବେ ଭାରତ ପକ୍ଷରୁ ଆଜି ହରିଶ ସାଲଭେ ପ୍ରଥମେ ଯୁକ୍ତି ଉପସ୍ଥାପନ କରିବେ । ପାକିସ୍ତାନ ପଟୁ ଆସନ୍ତାକାଲି ଯୁକ୍ତି ଉପସ୍ଥାପନ କରାଯିବ । ବର୍ତମାନ ସମୟରେ ପାକିସ୍ତାନ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିଛି ଓ ପାଖାପାଖି ମୋଟ ୪୫ ଜଣ ଯବାନ ସହିଦ ହେଲେଣି ଠିକ ଏହି ସମୟରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ହେବାକୁ ଥିବାରୁ ସାରା ଦେଶର ଏହି ମାମଲା ଉପରେ ରହିଛି ନଜର ।ପୁଲ୍ଓ୍ୱାମା ଆକ୍ରମଣ ପରେ ପାକିସ୍ତାନ ଭାରତୀୟ ସମ୍ପର୍କ ଏକ ସଙ୍ଗୀନ ଅବସ୍ଥାରେ ରହିଛି। ଏହି ଆକ୍ରମଣ ରେ ୪୫ ଜଣ ଯବାନ ସହିଦ ହୋଇଥିବାବେଳେ ଦେଶରେ ଆକ୍ରୋଶର ସ୍ୱର ଉଠିଛି । ଠିକ ଏହି ସମୟରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଉପରେ ସାରା ଦେଶର ନଜର ରହିଛି ।
କୁଳଭୂଷଣ ଯାଦବ ମାମଲାର ଶୁଣାଣି ଆଜିଠାରୁ
today kulabhusana case held

No Comment