ସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ୍ ନେଇ ବାଟ ଫିଟିଲା

The Supreme Court on Monday has announced that women will be granted permanent commission in Indian Army

Indian army women

ସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ୍ ନେଇ ଶେଷରେ ବାଟ ଫିଟିଲା । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ଏ ନେଇ   ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ କାୟମ ରଖିବା ସହ ସେନାରେ ଉଭୟ ପୁରୁଷ ଓ ମହିଳାଙ୍କୁ ସମାନ ଅଧିକାର ଦେବା ସପକ୍ଷରେ ମତ ସ୍ପଷ୍ଟ କରିଛନ୍ତିା

ସୂଚନାଯୋଗ୍ୟ ଯେ, ସ୍ଥଳସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ୍‌କୁ କେନ୍ଦ୍ର ସରକାରଙ୍କ ସମର୍ଥନ ନଥିଲା । ଏହାକୁ ବିରୋଧ କରି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ରୁଜୁ ହୋଇଥିଲା । ମୋକଦ୍ଦମାର ପୁଙ୍ଖାନୁପୁଙ୍ଖ ବିଚାର କରି ଉଚ୍ଚ ନ୍ୟୟାଳୟ ସେନାରେ ମହିଳାଙ୍କ ନିମନ୍ତେ ସ୍ଥାୟୀ କମିସନ୍ ସପକ୍ଷରେ ରାୟ ଦେଇଥିଲେ । ତେବେ ଏହି ରାୟ ବିରୋଧରେ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ସବିଶେଷ ଶୁଣାଣୀ କରି ସର୍ବୋଚ୍ଚ ନ୍ୟାୟାଳୟ ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଗ୍ରହଣୀୟ ନୁହେଁ ବୋଲି ମତ ଦେବା ସହ ଦିଲ୍ଲୀ ଉଚ୍ଚ ନ୍ୟୟାଳୟଙ୍କ ପୂର୍ବ ରାୟକୁ କାୟମ ରଖିଛନ୍ତି ।

ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ କଠୋର ସମାଲୋଚନା ପୂର୍ବକ ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ସେନାରେ ସବୁବେଳେ ସମାନତା ରହିବା ଜରୁରୀ । ତେଣୁ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ଆବେଦନ ଜମାରୁ ଗ୍ରହଣୀୟ ନୁହେଁ । ବରଂ ଏ କ୍ଷେତ୍ରରେ ସରକାରଙ୍କ ମାନସିକତାରେ ପରିବର୍ତ୍ତନ ଘଟିବା ଆବଶ୍ୟକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ ମତ ବ୍ୟକ୍ତ କରିଛନ୍ତି ।

Previous ଖସିଲା ୧୩୨ କେଭିର ବିଦ୍ୟୁତ ତାର
Next ମୋ ପୋଖରୀ ଯୋଜନାରେ ମାଛଚାଷ

No Comment

Leave a reply

Your email address will not be published. Required fields are marked *