ଇଟାଭାଟି ଶ୍ରମୀକଙ୍କ ମୁହଁରେ ହସଫୁଟାଉଛନ୍ତି ଉତ୍ତରପ୍ରଦେଶ ଯୁବ ସଂଗଠନ

The school seems to be on the edge of brick kilns, teaching more than 2000 children.

ବିଦ୍ୟା ଦାନ ମହା ପୁଣ୍ୟ କୁହାଯାଏ । ହେଲେ ବର୍ତ୍ତମାନର ଅର୍ଥ ସର୍ବଶ୍ୱ ଦୁନିଆରେ ବିଦ୍ୟା ଦାନରେ ନୁହେଁ ଟଙ୍କା ଦେଲେ ମିଳୁଛି । ଯାହା ପାଖେ ଟଙ୍କା ନାହିଁ ତାର ପିଲାମାନେ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ହେଲେ ଉତ୍ତରପ୍ରଦେଶ ବାରଣାସୀର ଏକ ଯୁବ ସଂଗଠନ ଇଟାଭାଟିରେ କାମକରୁଥିବା ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦେଇ ସେମାନଙ୍କ ଜୀବନରୁ ଦାରିଦ୍ର‌୍ୟତା ଓ ନିରକ୍ଷରତା ଅନ୍ଧକାରକୁ ଦୂରକରି ଶିକ୍ଷାର ଆଲୋକରେ ଆଲୋକିତ କରିବାକୁ ପ୍ରୟାସ କରୁଛି । ‘ମାନବ ସମ୍ବଳ ଓ ମହିଳାବିକାଶ’ ନାମରେ ଏହି ସଂଗଠନଟିକୁ ପ୍ରଥମେ ଆରମ୍ଭ କରିଥିଲେ ପ୍ରଫେସର ରାଜା ରାମ ଶାସ୍ତ୍ରୀ । ହେଲେ ବର୍ତ୍ତମାନ ଏହି ସଂସ୍ଥାର ମଙ୍ଗଧରି ଆଗକୁ ବଢାଇ ନଉଛନ୍ତି ଭାନୁଜା ଶରଣ ଲାଲ । ତାଙ୍କ ସହ ୧୦୦ରୁ ଅଧିକ ସ୍ଥାନୀୟ ଯବକଯୁବତୀଙ୍କ ସହଯୋଗ ମଧ୍ୟ ରହିଛି । ପ୍ରତିଦିନ ସନ୍ଧ୍ୟାରେ ଏହି ସଂସ୍ଥାର ସଭ୍ୟମାନେ ୩ରୁ୪ ଘଣ୍ଟା ଇଟାଭାଟିରେ କାମକରୁଥିବା ପିଲାଙ୍କୁ ମାଗଣା ପାଠପଢାଇଥାନ୍ତି । କେବଳ ସେତିକି ନୁହେଁ ସଂସ୍ଥାପକ୍ଷରୁ ସାଧାରଣ ଶିକ୍ଷା ଦେବାପରେ ସ୍ୱତନ୍ତ୍ର ଅନୁମତି ନିଆଯାଇ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ସେମାନଙ୍କ ନାମ ମଧ୍ୟ ଲେଖାଇଯାଉଛି । ଏହି ସଂସ୍ଥାର ସମସ୍ତ ଯୁବକଯୁବତୀ ବର୍ତ୍ତମାନ ସୁଦ୍ଧା ୨୦୦୦ରୁ ଅଧିକ ପିଲାଙ୍କୁ ପାଠପଢାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ପିଲାଙ୍କ ନାମ ସରକାରୀ ବିଦ୍ୟାଳୟରେ ଲେଖା ସରିଛି । ଏବେ ପର୍ଯ୍ୟନ୍ତ ସଂସ୍ଥାପକ୍ଷରୁ ବନାରସର ପ୍ରାୟ ୨୪ଟି ସ୍ଥାନରେ ଇଟାଭାଟିରେ କାମକରୁଥିବା ପିଲାମାନଙ୍କୁ ମାଗଣା ଶିକ୍ଷା ଦିଆଯିବା ସହ ସେମାନଙ୍କ ପାଇଁ ବହି,ଖାତା ଓ ଅନ୍ୟାନ୍ୟ ପଢା ଉପକରଣ ଯୋଗାଇ ଦିଆଯାଉଛି ।  ଭାନୁଜା କୁହନ୍ତି ୪ବର୍ଷ ତଳେ ସେ ବାରଣାସୀର ବଡ଼ ଗାଁ ଯାଇଥିଲେ, ସେହି ଗାଁ ମୁଣ୍ଡରେ ଇଟାଭାଟି ଥିଲା ଓ ତାକୁ ଲାଗି ସେଠାରେ କାମକରୁଥିବା ଶ୍ରମୀକମାନଙ୍କ ଗୋଟିଏ ଛୋଟିଆ ବସ୍ତିିଥିଲା । ସେଠାରେ ଶ୍ରମୀକମାନଙ୍କ ସହ ତାଙ୍କ ପିଲାମନେ ମଧ୍ୟ ରହୁଥିଲେ, ପ୍ରାୟ ୨୦ ଜଣ ପିଲା ଥିଲେ । ବାପା ମା’ଙ୍କ ସହ ସେମାନେ ମଧ୍ୟ ଭାଟିରେ ଶ୍ରମୀକ ଭାବେ କାମକରୁଥିଲେ । ଦେଶରେ ସମସ୍ତଙ୍କ ପାଇଁ ଶିକ୍ଷାର ଅଧିକାର ଥିବା ବେଳେ ଏହି ପିଲାମାନେ ଶିକ୍ଷାରୁ ବଞ୍ଚିତ ହୋଇ ଭାଟିରେ ଶ୍ରମୀକ ଭାବେ କାମକରୁଥିବାର ଦେଖି ଭାନୁଜା ମର୍ମାହତ ହେବା ସହ ସେମାନଙ୍କୁ ମାଗଣାରେ ପାଠପଢାଇବା ପାଇଁ ସ୍ଥିର କରିଥିଲେ । ଏହି ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇବା ସହ ମାଗଣା ଶିକ୍ଷାଦାନର କାର୍ଯ୍ୟପନ୍ଥା ଆରମ୍ଭ ହୋଇଥିଲା । ତାଙ୍କ ପ୍ରୟାସରେ ଶ୍ରମୀକଭାବେ କାମକରୁଥିବା ପିଲାମାନେ ପାଠପଢା ପ୍ରତି ଆକର୍ଷିତ ହେବା ସହ ଇଟାଭାଟି କାମରେ ପ୍ରଭାବ ପଡ଼ିଲା । ଅନ୍ୟପକ୍ଷରେ ନିଜର କ୍ଷତି ସହିବାକୁ ଭାଟି ମାଲିକ ଚାହୁଁ ନଥିଲା ତେଣୁ ସେ ଏହାର ବିରୋଧ କରିଥିଲା । ହେଲେ ଭାନୁଜା ଓ ତାଙ୍କ ଟିମ୍ ହାରମାନି ନଥିଲେ ବଂର ସେମାନଙ୍କୁ ବୁଝେଇବାକୁ ଚେଷ୍ଟା କରି ବିଜୟୀ ହୋଇଥିଲେ, ଭାଟିମାଲିକ ଶିକ୍ଷାର ଗୁରୁତ୍ୱ ବୁଝି ସେମାନଙ୍କ କଥାରେ ରାଜି ହୋଇଥିଲେ ବୋଲି ସେ କୁହନ୍ତି ।

ଭାନୁଜଙ୍କ ପ୍ରଥମ ପ୍ରୟାସରେ ବିଦ୍ୟାପିଠର ଅନେକ ଅଧ୍ୟାପକ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଚାକିରିକରୁଥିବା ଯୁବା ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ସଭ୍ୟ ସଂଖ୍ୟା ସମୟ କ୍ରମେ ବୃଦ୍ଧି ହେବା ଦ୍ବାରା ଏହାକୁ ଏକ ସାମାଜିକ ସଂସ୍ଥାଭାବେ ପଞ୍ଜିକୃତ କରାଯାଇ ଏହାର ନାମ ‘ମାନବ ସମ୍ବଳ ଓ ମହିଳାବିକାଶ’ ରଖାଯାଇଥିଲା । ଏହି ସଂଗଠନ ଯେ କେବଳ ଶିଶୁ ଶ୍ରମୀକଙ୍କୁ ଶିକ୍ଷା ଦେଉଛି ତାହା ନୁହେଁ ଭାଟିରେ ଶ୍ରମୀକ ଭାବେ କାମକରୁଥିବା ମହିଳାମାନଙ୍କ ରୋଜଗାର ବଢାଇବା ପାଇଁ ବତକ,ଛେଳି ପାଳନ ସାଙ୍ଗକୁ କାରପେଟ୍ ବୁଣା ଓ ଡ଼ିରଜେଣ୍ଟ ତିଆରି କାମ ଶିଖାଯାଉଛି ।

ସୌଜନ୍ୟ-ଟିବିଆଇ

Previous ଔଷଧୀୟ ନିମ୍ବ ...
Next ‘ହିନ୍ଦୀ ମିଡ଼ିୟମ-୨’ରେ ଇରଫାନଙ୍କ ବଦଳରେ ଶାହାରୁଖ-କାଜଲ ଯୋଡ଼ି!

No Comment

Leave a reply

Your email address will not be published. Required fields are marked *