ପୁଲ୍‌ଓ୍ୱାମା ଆକ୍ରମଣ ପ୍ରତିବାଦରେ ୧୨ ଘଣ୍ଟିଆ ଦୋକାନ ବଜାର ବନ୍ଦ

the confederation of all india traders calls countrywide bandh

ପୁଲ୍‌ଓ୍ୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିବାଦରେ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ବନ୍ଦ ପାଳନ କରାଯାଉଛି । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ସହିତ ଏହି ଆକ୍ରମଣକୁ ନିନ୍ଦା କରି ରାଜ୍ୟ ସମେତ ଦେଶର ବିଭିନ୍ନ ବ୍ୟବସାୟୀ ସଂଘ ବନ୍ଦ ପାଳନକୁ ସମର୍ଥନ କରିଛନ୍ତି। ଆଜି ଅପରାହ୍ନ ୬ଟା ଯାଏ ଦୋକାନ ବଜାର ବନ୍ଦ ରହିବ । ପୁଲ୍‌ୱାମା ହମ୍‌ଲାରେ ସହିଦ ହୋଇଥିବା ଦୁଇ ଓଡ଼ିଆଙ୍କ ପରିବାରକୁ ବ୍ୟବସାୟୀ ସଂଘ ପକ୍ଷରୁ ଅନୁକମ୍ପା ମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କଟକ ଚାମ୍ବର୍ ଅଫ୍ କମର୍ସ ପକ୍ଷରୁ କୁହାଯାଇଛି। ତେବେ ବ୍ୟବସାୟୀଙ୍କ ଏହି ବନ୍ଦ ପାଳନ ଯୋଗୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇ ନାହିଁ । ଏଥିରେ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପକୁ ସାମିଲ କରାଯାଇନାହିଁ ।

Previous ପୁଲୱାମା ଆତଙ୍କବାଦୀ ଆକ୍ରମଣ: ପ୍ରଥମ ପ୍ରତିଶୋଧ ନେଲା ସେନା, ଏନ୍‌କାଉଣ୍ଟରରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ନିପାତ
Next କୁଳଭୂଷଣ ଯାଦବ ମାମଲାର ଶୁଣାଣି ଆଜିଠାରୁ

No Comment

Leave a reply

Your email address will not be published. Required fields are marked *