ଖରାଛୁଟିରେ ଖରନ୍ତୁ ଏଭଳି

the decent thing to do in summer vacation

ଏବେ ପରୀକ୍ଷା ଋତୁ ଚାଲିଥିବା ବେଳେ ଆଉକିଛି ଦିନ ଗଲେ ପରୀକ୍ଷା ସରିବା ସହ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ହେଲେ ଏହି ମଝିରେ ପ୍ରାୟ ୨ରୁ ଅଢେଇ ମାସ ଗ୍ରୀଷ୍ମ ଛୁଟି ହୋଇଥାଏ । ଯାହାକୁ ବୁଲାବୁଲି ଖେଳକୁଦରେ ସାରିଦେଇଥାନ୍ତି ଶିକ୍ଷାର୍ଥୀମାନେ । କିନ୍ତି ଯେଉଁମାନେ ଉଚ୍ଚଶିକ୍ଷା ପାଇଁ ବାହରକୁ ଯିବାକୁ ଚାହାନ୍ତି ବା କୌଣସି ସ୍କଲାରସିପ୍ ଆବେଦନ କରିବାରଥାଏ ସେଥିପାଇଁ ଅନେକ କାଗଜପତ୍ରର ଆବଶ୍ୟକ ହୋଇଥାଏ । ସେଗୁଡ଼ିକ ନକରିଲେ ଶିକ୍ଷାବର୍ଷ ଆରମ୍ଭରୁ ହଇରାଣ ହେବାକୁ ପଡ଼ିଥାଏ, ଅନେକ କ୍ଲାସ୍ ମିସ୍ କରିବାକୁ ପଡ଼ିଥାଏ । ହେଲେ ଏହି ଦୁଇମାସ ବୁଲାବୁଲିରେ ନବିତାଇ କେମିତି ଆଗାମୀ ବର୍ଷପାଇଁ ପ୍ରସ୍ତୁତ ହେବେ ସେ ବିଷୟରେ ଜାଣନ୍ତୁ ।
-ପରୀକ୍ଷା ସରିବା ପରେ ଗୋଟିଏ ସପ୍ତାହ ମଧ୍ୟରେ ପ୍ରଥମେ କେତେ ମାର୍କର ଉତ୍ତର ଦେଇଛନ୍ତି କେତେ ମାର୍କ ଆନୁମାନିକ ରହିବ ତାହାର ମୁଲ୍ୟାୟନ କରନ୍ତୁ । ଯଦି ପାସ କରିବାର ଆଶା ରହୁଛି ତେବେ ଆଗାମୀ ବର୍ଷ ବହିଖାତା କିଣାକିଣି କରି ତାହର ମଲାଟ ଲାଗାଇ ପାରିବେ । ଯଦି ପାସ ମାର୍କ ରହିବାର ଆଶା ରହୁନି ତେବେ ପୁରୁଣା ବର୍ଷ ବହିକୁ ପଢନ୍ତୁ ଆପଣଙ୍କୁ ଅନେକ ସମୟ ମିଳିପାରିବ ରିଭିଜନ କରିବା ପାଇଁ ।
-ଯେଉଁମାନେ ଡ଼ିଗ୍ରୀ ଶେଷ କରିଛନ୍ତି, ଉଚ୍ଚଶିକ୍ଷା ପାଇଁ ବାହାରକୁ ଯିବାକୁ ଚାହୁଁଛନ୍ତି ଓ ଆଉ ଯେଉଁମାନେ କଲେଜରେ ନାମଲେଖାଇବେ ଆଗାମୀ ଶିକ୍ଷାବର୍ଷରେ । ସେମାନେ ନିଜର ଜାତିଗତ ଓ ବାସସ୍ଥାନ ପ୍ରମାଣ ପତ୍ର ସହ ପରିବାରର ଆୟ ପ୍ରମାଣ ପତ୍ର ବାହାର କରିଦିଅନ୍ତୁ ।
-ଏହା ବ୍ୟତୀତ କମ୍ପ୍ୟୁଟର,ପେଟିଂ,ଯୋଗ, ସୁଇମିଂଗ ଆଦି ଶିଖିବାକୁ ଇଛାଥିଲେ ଦୁଇ-ତିନି ମାସର କୋର୍ସ ବା ବିଭିନ୍ନ ଅନୁଷ୍ଠାନ ଦ୍ୱାରା କରାଯାଉଥିବା ସମର କୋର୍ସ କରନ୍ତୁ ଯାହାକି ଆପଣଙ୍କ ମଧ୍ୟରେ ରହିଥିବା ରଚନାତ୍ମକ ଗୁଣର ବିକାଶ କରିବା ସହ ଆଗାମୀ ପାଠପଢାରେ ସହାୟ ହେବ ।
-ସେହିଭଳି ଆପଣ ପଢିବାକୁ ଯାଉଥିବା ପାଠ ବିଷୟରେ ଏବଂ ଯେଉଁ ଅନୁଷ୍ଠାନରେ ପଢିବାକୁ ଚାହୁଁଛନ୍ତି ସେଥି ପାଇଁ କ’ଣ ଯୋଗ୍ୟତା ଦରକାର, କଣ ସବୁ ସୁବିଧା ରହିଛି ସେ ବିଷୟରେ ଆପଣଙ୍କ ପରିଚିତ ଲୋକ ବା ନେଟ୍ ସାହାଯ୍ୟରେ ସୂଚନା ସଂଗ୍ରହ କରନ୍ତୁ । ଯାହାକି ଆଗାମୀ ଦିନରେ ଆପଣଙ୍କ ପାଇଁ ଲାଭ ଦାୟକ ହେବ ଓ ନୂଆ ସ୍ଥାନରେ ହଇରାଣ ହେବେନି ।
-ଏହାସହ ଯଦି ଆପଣ ପୋଲିସ, ଭାରତୀୟ ସେନାବାହିନୀ ଚାକିରୀ ପାଇଁ ଇଛୁକ ତେବେ ଶରୀରିକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ ।
-ଏହା ବ୍ୟତୀତ ଅନେକ ପିଲା ଇଂରାଜୀ,ଗଣିତରେ ଦୁର୍ବଳ ରହିଥାନ୍ତି ସେମାନେ ଏହି ଦୁଇମାସରେ ନିୟମିତ ଅଭ୍ୟାସ କରିବା ସହ ନିଜର ଜ୍ଞାନ ବଢାଇ ପାରିବେ ।

Previous ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ
Next ଉଦ୍ୟାନକୃଷି ମିଶନ୍ ଯୋଜନାରେ ଲାଭ

No Comment

Leave a reply

Your email address will not be published. Required fields are marked *