ଜାମ୍ମୁ-କାଶ୍ମୀର ହସ୍ପିଟାଲରେ ଆତଙ୍କବାଦୀ ଆକ୍ରମଣ

terror attack in J&K hospital

ଜାମ୍ମୁ-କାଶ୍ମୀରର ଏକ ହସ୍ପିଟାଲରେ ଆଜି ଆତଙ୍କବାଦୀ ଆକ୍ରମଣ ହୋଇଛି। ଜଣେ ଆରଏସଏସ ନେତାଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବାର ଜଣାପଡିଛି। ଏଥିରେ ଆରଏସଏସ ନେତା ଚନ୍ଦ୍ରକାନ୍ତ ଶର୍ମା ଆହତ ହୋଇଥିବା ବେଳେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି। ଜାମ୍ମୁ-କାଶ୍ମୀରର କିସ୍ତୱାର ହସ୍ପିଟାଲରେ ଏହି ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ଆଜି ଅପରାହ୍ନରେ ଜଣେ ଆତଙ୍କବାଦୀ ବୁର୍ଖା ପିନ୍ଧି ହସ୍ପିଟାଲରେ ପିଶିଥିଲେ, ପରେ ଏକ ବନ୍ଧୁକ ବାହାର କରି ଆରଏସଏସ ନେତା ଚନ୍ଦ୍ରକାନ୍ତ ଏବଂ ତାଙ୍କ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଥିବା ବେଳେ ଚିକିତ୍ସା ସମୟରେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ସମ୍ପୃକ୍ତ ଆତଙ୍କବାଦୀ ହସ୍ପିଟାଲରୁ ଫେରାର ହୋଇଯାଇଥିଲେ। ଘଟଣାର ତଦନ୍ତ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ।

Previous ଦଳ ଛାଡିଲେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଓ ସମ୍ପାଦିକା ସୁଜାତା ଜେନା
Next ହେଲୋ..ହାଏ ନୁହେଁ ନମସ୍କାର କରନ୍ତୁ ସୁସ୍ଥ ରୁହନ୍ତୁ

No Comment

Leave a reply

Your email address will not be published. Required fields are marked *