୧୩ ଯାଏଁ ବଢିବ ତାତି

temperature of odisha will increase

ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ସହ ଗୁଳୁଗୁଳି ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କେତେକ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକା ରହିବ ବୋଲି କୁହାଯାଇଛି । ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବା ସହ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ହାଲ୍‌କା ବର୍ଷା ସହ ଝଡ଼ତୋଫାନ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମାଲକାନଗିରି, ଭବାନୀପାଟଣା, ତାଳଚେର, ବଲାଙ୍ଗିର ଓ ଅନୁଗୋଳ ପ୍ରଭୃତି ସହରରେ ପ୍ରବଳ ତାତି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଆଜି ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ୩୪ ଡିଗ୍ରୀରୁ ଅଧିକା ରହିଛି ।

Previous ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ
Next ରାଷ୍ଟ୍ରପତି ଭବନରେ ୫୬ ଜଣଙ୍କୁ ଦିଆଗଲା ପଦ୍ମ ପୁରସ୍କାର

No Comment

Leave a reply

Your email address will not be published. Required fields are marked *