ସହରରେ ବଢୁଛି ତାପମାତ୍ରା,୧୩ଟି ସହରର ତାପମାତ୍ରା ୩୭ ଡିଗ୍ରୀ

temperature high in bhubaneswar

ଫେବୃଆରୀ ମାସ ନସରୁଣୁ ମେ’ ମାସର ତାତି ଆଜି ଅନୁଭୂତ ହୋଇଛି ଭୁବନେଶ୍ୱରରେ । ଗତକାଲି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯ ଡିଗ୍ରୀ ଟପିଥିବା ବେଳେ ଆଜି ୩୯ ଡିଗ୍ରୀ ପାଖାପାଖି ରହିଛି । ଏହା ସହ ରାଜ୍ୟର ୧୩ଟି ସହରର ତାପମାତ୍ରା ୩୭ ଡିଗ୍ରୀ ରହିଛି । ତେବେ ଆସନ୍ତା ୨୪ ତାରିଖ ପରେ ପାଣିପାଗ ପରିବର୍ତ୍ତନ ଆସିବା ସହ ତାପମାତ୍ରା କମିବ ବୋଲି କୁହାଯାଉଛି । ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବା ବୋଲି ମଧ୍ୟ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ତାପମାତ୍ରା ବଢିବା ସହ ଗରମ ମଧ୍ୟ ବଢିଛି । ଏବେଠାରୁ ଏତେ ଖରା ଦେଖି ସହରବାସୀ ଭୟଭୀତ କହିଲେ ଚଳେ ।ସକାଳୁଆ ଶିକ୍ଷାନୁଷ୍ଠାନ ଖୋଲା ହୋଇନଥିବାରୁ ଓ ପରୀକ୍ଷାକୁ ଚାଲିଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଟାଣ ଖରାରେ ଯିବା ଆସିବା କରିବାକୁ ପଡୁଛି।

Previous ରିଲିଜ ହେଲା 'ଟୋଟାଲ ଧମାଲ'
Next ପୁରୀରେ ଆମିକସ୍‌କ୍ୟୁରି ରଣଜିତ କୁମାର

No Comment

Leave a reply

Your email address will not be published. Required fields are marked *