କମିନି ଶୀତ ବଢୁଛି ସହରରେ ତାତି

temperature cross 34 degrees in Bhubaneswar

ରାଜ୍ୟରେ କମିନି ଥଣ୍ଡା। ସନ୍ଧ୍ୟା ରୁ ଦିନ ୭ଟା ପର୍ଯ୍ୟନ୍ତ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଏହା ପରଠୁ ସହରରେ ଟାଣ ଖରା ସାଙ୍ଗକୁ, ତାତି ବଢିବାର ଦେଖିବାକୁ ମିଳୁଛି । ପ୍ରତିଦିନ ୧ଡିଗ୍ରି ତାପମାତ୍ରା ବଢ଼ିବାରେ ଲାଗୁଛି । ସୋମବାର ରାଜଧାନୀର ତାପମାତ୍ରା ୩୩ ଡିଗ୍ରି ଥିବା ବେଳେ ଆଜି ୩୪ଡିଗ୍ରିରୁ ଅଧିକା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ସମେତ ମାଲକାନଗିରିବି ଆଜି ତାପମାତ୍ରା ୩୩ ଡିଗ୍ରି ଉପରେ ରହିଛି । ଅନ୍ୟପକ୍ଷରେ ରାଜଧାନୀରେ ରାତିର ତାପମାତ୍ରା କମି ୧୩ ଡିଗ୍ରି ତଳେ ରହୁଥିବା ବେଳେ ମାଲକାନଗିରିରେ ୧୨ ଡିଗ୍ରି ଭିତରେ ରହୁଛି। ପୁରୀ, ଗୋପାଳପୁର ଓ ସୁନ୍ଦରଗଡ଼ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ଏବେ ୧୧ରୁ ୧୫ ଡିଗ୍ରି ମଧ୍ୟରେ ରହିଥିବା ସୂଚନା ରହିଛି । ଏହାସହ ପାହାନ୍ତା ସମୟରେ ସହରରେ ହାଲକା କୁହୁଡ଼ି ଦେଖିବାକୁ ମିଳୁଛି । ଆଗାମୀ କିଛିଦିନ ପର୍ଯ୍ୟନ୍ତ ଏହିଭଳି ସ୍ଥିତି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରିଛି । ଏହାସହ ଆସନ୍ତା କାଲିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ସହ ବର୍ଷାର ହୋଇପାରେ ବୋଲି ଆଶଙ୍କା କରାଯାଇଛି । ଏହାପରେ ପୁଣିଥରେ ଦିନର ତାପମାତ୍ରା କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Previous ଆଶା ଆଶଙ୍କାରେ ରାହୁଲଙ୍କ ଓଡ଼ିଶା ଗସ୍ତ
Next ଗଜପତି ଗସ୍ତରେ ମୁଖ୍ୟମନ୍ତ୍ରୀ: ୨୨୦ରୁ ଅଧିକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

No Comment

Leave a reply

Your email address will not be published. Required fields are marked *