ଗଣଶିକ୍ଷା ବିଭାଗରେ ସଂସ୍କାର: ଏଣିକି ସାକ୍ଷାତକାର ମାଧ୍ୟମରେ ଶିକ୍ଷକ ନିଯୁକ୍ତି

teacher appointed through interview

ପୂର୍ବରୁ ମାର୍କ ଅନୁସାରେ ଶିକ୍ଷକ ନିଯୁକ୍ତି ଦିଆଯାଉଥିଲା । ଫଳରେ କେତେକ ଯୋଗ୍ୟ ପିଲା ମଧ୍ୟ ଭଲ ମାର୍କ ନଥିବାରୁ ଶିକ୍ଷକ ହେବାରୁ ବଞ୍ଚିତ ହେଉଥିଲେ । ସାକ୍ଷାତକାର ପରୀକ୍ଷା ମାଧ୍ୟମରେ ଏବେ ଶିକ୍ଷକ ନିଯୁକ୍ତି ଦିଆଯିବା ନେଇ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ମିଳିଛି । ଚଳିତ ଶିକ୍ଷା ବର୍ଷରୁ ଅନଲାଇନ୍ ରେ ଶିକ୍ଷକ ବଦଳି ହେବ । ୧୦୦ ମିଟର ପରିସର ମଧ୍ୟରେ ଥିବା ଅନ୍ୟ ସ୍କୁଲ ଗୁଡିକ ପରସ୍ପର ସହ ମିଶିଯିବେ । ଏପ୍ରିଲ ୧୭ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ୧ ଲକ୍ଷ ୭୫ ହଜାର ଶିକ୍ଷକଙ୍କୁ ଟ୍ରେନିଂ ଦିଆଯିବ । ଜିଲ୍ଲାସ୍ତରରେ ଥିବା ଡିପିସି ଏବଂ ଡିଇଓ ଅଫିସ ମିଶିଯିବ । ଗଣଶିକ୍ଷା ବିଭାଗରେ ଏସବୁ ସଂସ୍କାର ସମ୍ପର୍କରେ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ପ୍ରଦୀପ୍ତ ମହାପାତ୍ର ।

Previous ଚିଙ୍କାରା ଶିକାର ମାମଲାରେ ସଲମାନ ଦୋଷୀ ସାବ୍ୟସ୍ତ: 5 ବର୍ଷ ଜେଲ
Next ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଲେ ମୀରାବାଈ ଚାନୁ

No Comment

Leave a reply

Your email address will not be published. Required fields are marked *