ପାଣ୍ଠିର ପୂର୍ଣ୍ଣ ବିବରଣୀ ଦେବେ ରାଜନୈତିକ ଦଳ: ସୁପ୍ରିମ କୋର୍ଟ

supreme court seeks donor details from parties through electoral bonds

ଆଜି ସୁପ୍ରିମ୍‌ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରି କହିଛନ୍ତି ଯେ ସମସ୍ତ ରାଜନୈତିକ ଦଳ ନିଜର ପାଣ୍ଠି ସମ୍ପର୍କିତ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ପ୍ରଦାନ କରିବେ। ଦଳଗୁଡ଼ିକ ନିଜ ନିଜର ନିର୍ବାଚନୀ ବଣ୍ଡ ବା ଇଲେକ୍ଟୋରାଲ ବଣ୍ଡ୍‌ ଦାଖଲ କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।  ଆସନ୍ତା ମେ ୧୫ ତାରିଖ ସୁଦ୍ଧା ମିଳିଥିବା ସମସ୍ତ ପାଣ୍ଠି ସମ୍ପର୍କରେ ତଥ୍ୟ ଉପସ୍ଥାପିତ କରିବେ ଦଳଗୁଡ଼ିକ । ଦାନ ଦେଉଥିବା ବ୍ୟକ୍ତିଙ୍କ ପରିଚୟ ସହ ବ୍ୟାଙ୍କ ଜମାଖାତାରେ ଥିବା ଟଙ୍କା ସମ୍ପର୍କିତ ସମସ୍ତ ତଥ୍ୟ ଏକ ଜଉମୁଦ ଲଫାଫାରେ ମେ ୩୦ ତାରିଖ ସୁଦ୍ଧା ନିର୍ବାଚନ ଆୟୋଗଙ୍କୁ ହସ୍ତାନ୍ତର କରିବାକୁ ନ୍ୟାୟାଳୟ ଆଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦେଶ ମିଳିବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ସମସ୍ତ ତଥ୍ୟ ବନ୍ଦ ଲଫାଫା ଭିତରେ ରଖିବେ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଇଲେକ୍ଟୋରାଲ ବଣ୍ଡ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି ଏଡିଆର ନାମକ ଏକ ଏନଜିଓ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟାକୁ ସ୍ଵଚ୍ଛ କରିବା ପାଇଁ ରାଜନୈତିକ ଦଳଗୁଡ଼ିକୁ କେଉଁମାନେ ଚାନ୍ଦା ଦେଉଛନ୍ତି ତାହା ଜାଣିବା ଜରୁରୀ ବୋଲି ଏହି ଏନଜିଓ ମତ ରଖିଥିଲେ । ଏହାସହ ସରକାରରେ ରହିଥିବା ଦଳକୁ ଅଧିକ ଚାନ୍ଦା ମିଳୁଛି ବୋଲି ଆବେଦନକାରୀ ଦର୍ଶାଇଥିଲେ।

Previous ପାକିସ୍ତାନ କ୍ୱେଟ୍ଟା ସହରରେ ବିସ୍ଫୋରଣ, ୧୪ ମୃତ ସଂଖ୍ୟାଧିକ ଆହତ
Next ୪ଟି ରୁ ଗୋଟିଏ ଲଞ୍ଚକୁ ଛାଡିଲେ ମାଓବାଦୀ,ଲାଗିଛି ଭୋଟ ବର୍ଜନ ପାଇଁ ପୋଷ୍ଟର

No Comment

Leave a reply

Your email address will not be published. Required fields are marked *