ଆଜି ଉଇଁବ ‘ସୁପର୍‌ ସ୍ନୋ ମୁନ୍‌’

Super snow moon,today lights up the sky

ଆଜି ରାତିରେ ଉଇଁବ ବଡ଼ ଓ ଉଜ୍ଜ୍ୱଳ ଦିଶୁଥିବା ‘ସୁପର୍‌ ସ୍ନୋ ମୁନ୍‌’ ଯାହା ଆସନ୍ତା ସାତ ବର୍ଷ ମଧ୍ୟରେ ଦେଖାଯିବ ନାହିଁ। ଜ୍ୟେତିର୍ବିଜ୍ଞାନ ଅନୁସାରେ, ଆଜି ଜହ୍ନ ପୃଥିବୀର ଅତି ନିକଟତର ହେବ। ଏହାପରେ ଡିସେମ୍ବର ୨୦୨୬ ପୂର୍ଣ୍ଣମୀରେ ଜହ୍ନ ପୃଥିବୀର ସେତିକି ନିକଟତର ହେବାକୁ ସକ୍ଷମ ହେବ । ଆଜି ରାତିର ଜହ୍ନ ସେପ୍ଟେମ୍ବର ମାସ ପୂର୍ଣ୍ଣମୀରେ ଉଁଥିବା ସବୁଠୁ ଛୋଟର ଜହ୍ନ ଠାରୁ ଗୋଲେଇରେ ରେ ୧୪% ବଡ଼ ଓ ୩୦% ତୋଫା ଦିଶିବ। ଫେବ୍ରୁଆରି ମାସରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ପ୍ରବଳ ତୁଷାରପାତ ହେଉଥିବାରୁ କେତେକ ସମ୍ପ୍ରଦାୟ ସଂସ୍କୃତିରେ ଏହି ପୂର୍ଣ୍ଣମୀ ଜହ୍ନକୁ ‘ତୁଷାର ଜହ୍ନ’ ବା ‘ସ୍ନୋ ମୁନ୍‌’ କୁହାଯାଏ। ଆଜି ରାତି ଚନ୍ଦ୍ର ତା’ କକ୍ଷ ପଥର ପେରିଗି ବା ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚିବ। ଏବେ ଭାରତ ଆକାଶରେ ବଉଦ ନ ଥିବାରୁ ଲୋକେ ସୁପର୍‌ ସ୍ନୋ ମୁନ୍‌ ଦେଖିବାରେ କୌଣସି ଅସୁବିଧା ହେବ ନାହିଁ। ସନ୍ଧ୍ୟା ୬ଟାରେ ଦିଲ୍ଲୀ, ୬:୩୦ରେ ମୁମ୍ବାଇ ଏବଂ ୫: ୩୦ କୋଲ୍‌କାତାରେ ସୂର୍ଯ୍ୟ ଅସ୍ତ ହେବାର ଅଧଘଣ୍ଟାଏ ଆଗରୁ ଆଜିର ସୁପର୍‌ ସ୍ନୋ ମୁନ୍‌ ଦେଖି ହେବ ।

Previous ୧୮ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାଶ ଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
Next ଅଧିକ ପାଣି ପିଇବା କ୍ଷତିକାରକ

No Comment

Leave a reply

Your email address will not be published. Required fields are marked *