ଖରଦିନେ ସୁସ୍ଥ ଓ ସୁନ୍ଦର ତ୍ୱଚା ପାଇଁ

summer skin care tips

୪୦ ଡିଗ୍ରୀ ଖରାରେ ସିଝୁଛି ସାରା ରାଜ୍ୟ। ଅତ୍ୟାଧିକ ଖରା ଗରମ କାରଣରୁ ଶରୀରରୁ ଝାଳ ବୋହିବା ସହ ତ୍ୱଚା ଶୁଷ୍କ ଓ ରୁକ୍ଷ ହୋଇ ଅନେକଙ୍କର କୁଣ୍ଡେଇ ହେବା ସମସ୍ୟା ଦେଖାଯାଏ । ବିଶେଷ କରି ଏହି ସମସ୍ୟା ଖରାବେଳେ ବାହାରକୁ ଯାଉଥିବା ବ୍ୟକ୍ତିମାନଙ୍କଠାରେ ଦେଖା ଯାଇଥାଏ । ଖର କାରଣରୁ ସନଟ୍ୟାନ ହୋଇ ତ୍ୱଚା କଳାପଡ଼ିଯାଏ ମଧ୍ୟ । ହେଲେ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଖରାଦିନେ ତ୍ୱଚାର ଖାସ୍ ଯତ୍ନ ନିଅନ୍ତୁ । ତେବେ ଆସନ୍ତୁ ଜାଣିବା କିପରି ନେବେ ତ୍ୱଚାର ଯତ୍ନ…

  • ବେସନର ବ୍ୟବହାର: ତ୍ୱଚାରୁ ଶୁଷ୍କ କୋଷଗୁଡିକୁ ପରିଷ୍କାର କରିବା ପାଇଁ  ବେସନ ଓ କ୍ଷୀରକୁ ମିଶାଇ ପେଷ୍ଟ ତିଆରି କରନ୍ତୁ । ସେଥିରେ କିଛି ଗୋଲାପ ଜଳ ମିଶାନ୍ତୁ । ଏହାକୁ ନେଇ ତ୍ୱଚାରେ ଲଗାଇ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ । ଏହି ଭଳି ସପ୍ତାହରେ ୨ରୁ ୩ ଥର କରନ୍ତୁ ତ୍ୱଚା ଉଜ୍ୱଳ ହେବା ସହ ଚମକ ଆସିଥାଏ ।
  • ଟମାଟୋ: ତ୍ୱଚାକୁ ସତେଜ ରଖିବା ସହ ସନଟ୍ୟାନ କାଢ଼ିବାରେ  ଭାରି ଉପକାରୀ ସାବ୍ୟସ୍ତ ହୋଇଥାଏ ଟମାଟୋ । ଅଳ୍ପ ଟମାଟୋ ରସରେ କେଇବୁନ୍ଦା ଲେମ୍ବୁ ରସ ଓ଼ ଆଳୁ ରସ ମିଶାଇ ତ୍ୱଚାରେ ଲଗାଇଲେ ତ୍ୱଚା  ପରିଷ୍କାର ହେବା ସହ  ଗୋରା ହୋଇଥାଏ ।  ଯଦି ଖାରେ କୁଆଡେ ବାହାରକୁ ଯାଇଛନ୍ତି ଆଉ ତାରି ପ୍ରଭାବରେ ତ୍ୱଚା ସିଝିଲା ଭଳି ହୋଇଛି ତେବେ ଗୋଟାଏ ଟମାଟୋ କାଟି ସେହି ସ୍ଥାନରେ ଘସନ୍ତୁ ଠିକ୍  ହୋଇଯିବ । ପାଚିଲା ଅମୃତଭଣ୍ଡା ଓ କ୍ଷୀରକୁ ମିସାଇ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ତାହାକୁ ମଧ୍ୟ ତ୍ୱଚାରେ ଲଗାଇପାରିବେ ।
  • କାକୁଡି ତ୍ୱଚା ପାଇଁ ବହୁ ଉପକାରୀ ହୋଇଥାଏ । କାକୁଡିକୁ କାଟି ମୁହଁରେ ୫ ମିନିଟ ପର୍ଯ୍ୟନ୍ତ ଘଷନ୍ତୁ କିମ୍ବା କାକୁଡ଼ି ରସ ପ୍ରସ୍ତୁତ କରି ତ୍ୱଚାରେ ଲଗାନ୍ତୁ। ଖରାଦିନରେ ସ୍କିନ୍ ଟୋନର୍ ଅନୁସାରେ ଗୋଲାପ ଜଳ ବ୍ୟବହାର କରିପାରିବେ । ତାହା ତ୍ୱଚା କ୍ଲିନ୍ ସହ ଉଜ୍ଜଳ କରିଥାଏ । ରାତିରେ ଶୋଇବା ପୂର୍ବରୁ ମୁହଁକୁ ଭଲ ଭାବେ ଧୋଇ ପୋଛନ୍ତୁ । ପରେ ତୁଳାକୁ କ୍ଷୀରରେ ଭିଜାଇ ଧିରେ ଧିରେ ମୁହଁରେ ଘଷନ୍ତୁ । କ୍ଷୀର ତ୍ୱଚାକୁ ନରମ ଓ ସୁନ୍ଦର ରଖିବାରେ ସାହାର୍ଯ୍ୟ କରେ । ଖରାଦିନରେ ବରଫକୁ ମଧ୍ୟ ତ୍ୱଚାରେ ଲଗାଇପାରିବେ । ଏହାସହ ଖରାଦିନେ ତ୍ୱଚାକୁ ସତେଜ ରଖିବାରେ ଘିକୁଆଁରୀ ଅଧିକ ଲାଭ ଦାୟକ ହୋଇଥାଏ । ଆପଣ ଏହାର ରସକୁ ଖାଲି ବା ମହୁ, ଗୋଲାପ ଜଳ ସହ ମିଶାଇ ଲାଗିପାରିବେ । ପଇଡ଼ ପାଣି ମଧ୍ୟ ତ୍ୱଚାକୁ ସତେଜ ଓ ସୁନ୍ଦର କରିବାରେ ସହାୟ ହୋଇଥାଏ । ଯଦି ସମ୍ଭବ ଦିନରେ ୨ ଥର ପଇଡ଼ ପାଣିରେ ତ୍ୱଚା ଧୁଅନ୍ତୁ ଫରକ ଜାଣିପାରିବେ ।
  • ଦହି ଖରାଦିନେ ଶରୀର ପାଇଁ ଯେତିକି ଉପକାରୀ ତ୍ୱଚା ପାଇଁ ମଧ୍ୟ ସେତିକି ଲାଭଦାୟକ । ଯଦି ଆପଣଙ୍କ ତ୍ୱଚାରେ ସନ ଟ୍ୟାନ ସମସ୍ୟା ଦେଖା ଦେଉଛି ତେବେ ଅଳ୍ପ ଦହିରେ ଚିମୁଟାଏ ହଳଦୀ ପକାଇ ଲଗାନ୍ତୁ। କିଛି ସମୟ ତାହାକୁ ରଖି ଥଣ୍ଡା ପାଣିରେ ଧୋଇଦିଅନ୍ତ । ସପ୍ତାହରେ ୨ ଥର ଏଭଳି କରନ୍ତୁ ଦେଖିବେ ସନ ଟ୍ୟାନ ଦୂର ହୋଇ ତ୍ୱଚା ସଫା ଦିସିବ। ଏହାସହ ପ୍ରଚୁର ପରିମାଣରେ ତରଭୁଜ ଖାନ୍ତୁ ଓ ତାର ରସ ସପ୍ତାହରେ ଥରେ ତ୍ୱଚା ଲଗାନ୍ତୁ ସତେଜ ରହିବ ।
Previous ଗୁରୁଦାସପୁରରେ ନାମାଙ୍କନ ପତ୍ର ଦାଖଲ କଲେ ଅଭିନେତା ସନି ଦେଓଲ
Next ଓଡ଼ିଶାରେ ପଡ଼ିବ ‘ଫନି’ର ପ୍ରଭାବ,ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ନିର୍ଦେଶ

No Comment

Leave a reply

Your email address will not be published. Required fields are marked *