ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ)ର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗଚି ଇସ୍ତଫା ଦେଇଛନ୍ତି । ଟ୍ୱିଟ ମାଧ୍ୟମରେ ସେ ତାଙ୍କର ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ ଦ୍ୱାରା ସ୍ଥାପିତ ଆଇଟି କମ୍ପାନୀ ମାଇଣ୍ଡଟ୍ରିକୁ ଅଧିଗ୍ରହଣ କରିବା ଲାଗି ଏଲ ଆଣ୍ଡ ଟି ଉଦ୍ୟମ କରୁଥିବା ବେଳେ ଏଥିରୁ ତାହାକୁ ରକ୍ଷା କରିବା ପାଇଁ କମ୍ପାନୀର ପ୍ରତିଷ୍ଠାତାମାନେ ଉଦ୍ୟମ କରୁଛନ୍ତିା ନିଜ ହାତରେ ଗଢିଥିବା କମ୍ପାନୀକୁ ଏଭଳି ସମୟରେ ଉଦ୍ଧାର କରିବା ଲାଗି ସେ ଓଏସଡିଏ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ବାଗଚି ଦର୍ଶାଇଛନ୍ତି । ବାଗଚିଙ୍କୁ ୨୦୧୬ ମସିହାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ରାଜ୍ୟର ଯୁବବର୍ଗଙ୍କ ଦକ୍ଷତା ବିକାଶ କରି ସେମାନଙ୍କୁ ଦେଶ ବିଦେଶରେ ନିଯୁକ୍ତିକ୍ଷମ କରିବା ଲାଗି ରାଜ୍ୟ ସରକାର ଏହି ନିଯୁକ୍ତି ଦେଇଥିଲେ । ସୁବ୍ରତ ବାଗଚିଙ୍କୁ କ୍ୟାବିନେଟ ପାହ୍ୟା ବି ମିଳିଥିଲା ।
ଓଏସଡିଏର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗଚି
subroto bagchi quits as osda chairman

No Comment