କଟକ ଓ ଭୁବନେଶ୍ୱରରେ କୋହଳ ହେବନି ଲକ୍ ଡାଉନ୍

Strict lockdown norms continues in Cuttack, Bhubaneswar

ଲାଗିଥିବା କରୋନା ଜନିତ କଟକଣା କାଲି କେତେକ ସ୍ଥାନରେ କୋହଳ କରାଯିବାକୁ ଥିବାବେଳେ ଅଧିକ ସଂକ୍ରମଣ ବା ହଟସ୍ପଟ୍ ପାଲଟି ଥିବା ଅଞ୍ଚଲକୁ ବାଦ ଦିଆଯାଇଛି, ଯେଉଁଥିରେ ଓଡ଼ିଶାର କଟକ ଓ ଭୁବନେଶ୍ବର ସହର ସାମିଲ ହୋଇଛି। କୋଭିଡ-୧୯ର ପ୍ରସାରକୁ ରୋକିବା ପାଇଁ କଟକ ଏବଂ ଭୁବନେଶ୍ବର ସହରରେ ପୂର୍ବ ଭଳି ଲକ୍ ଡାଉନ୍ ପ୍ରତିବନ୍ଧକ ଜାରି ରହିବ ବୋଲି ଆଜି ଓଡ଼ିଶା ସରକାର ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟୁଇଟ କରି ଏହି ସୂଚନା ଦେବା ସହ ଦୁଇ ସହରରେ ଲକ୍ ଡାଉନ୍ କଟକଣା ପୂର୍ବ ଭଳି ରହିବ ବୋଲି କହିଛନ୍ତି। “କୃଷିକାର୍ଯ୍ୟ ସତର୍କତା ସହ କରାଯିବା ପାଇଁ ଅନୁମତି ମିଳିବା ସହ ପୂର୍ବ ଭଳି ଅତ୍ୟାବଶ୍ୟକ ସେବା ଉପଲବ୍ଧ ରହିବ ବୋଲି ସେ କହିଛନ୍ତି। ଏହା ସହ ନିରାପଦ ଅବସ୍ଥାରେ ଘରେ ରହିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି। ଅନ୍ୟ ପକ୍ଷରେ ସରକାର ରାଜଧାନୀରେ ନମୁନା ପରୀକ୍ଷାକୁ ଜୋରଦାର କରୁଛନ୍ତି।ଗତ ତିନି ଦିନ ମଧ୍ୟରେ ୨୫୦୦ ରୁ ଅଧିକ ନମୁନା ପରୀକ୍ଷା ହୋଇଥିବାର ସେ ସୂଚନା ଦେଇଛନ୍ତି।

Previous କରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ମିଳିବ ଜିଲ୍ଲାପାଳଙ୍କ କ୍ଷମତା!
Next ଲଙ୍କା ଫସଲରୁ ଲାଭ ମିଳିବାର ଉପାୟ

No Comment

Leave a reply

Your email address will not be published. Required fields are marked *