ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ

state cabinet meeting today

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟର ବୈଠକ । ଆଗକୁ ନିର୍ବାଚନ ଥିବାରୁ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଏଥିରେ ମିଳିପାରେ ମଞ୍ଜୁରି । କୃଷି, ଜଳସେଚନ ଏବଂ ଅନ୍ୟାନ୍ୟ ବିଭାଗରେ ରାଜ୍ୟ ସରକାର ବଡ଼ ଘୋଷଣା କରିପାରନ୍ତି । ହେଲେ କେଉଁ କେଉଁ ପ୍ରସ୍ତାବ ଉପରେ ଅନୁମୋଦନ ହେବ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନି। କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ସୂଚନା ରହିଛି । ଏଥିରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍‌କୁ ଅନୁମୋଦନ ମିଳିପାରେ ବୋଲି କୁହାଯାଉଛି । ଆସନ୍ତା ୭ରେ ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବ।

Previous ସମ୍ବଲପୁର ପାଇଁ ୮୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା
Next ଆପୋଲୋ ହସ୍ପିଟାଲ୍‌ରେ ନିଆଁ: ସମସ୍ତ ରୋଗୀ ସୁରକ୍ଷିତ !

No Comment

Leave a reply

Your email address will not be published. Required fields are marked *