ଅବଢ଼ା ଦର ନିର୍ଦ୍ଧାରଣ ପାଇଁ ଚୁଡାନ୍ତ ନିଷ୍ପତି ନେବେ ପରିଚାଳନା କମିଟି !

Srimandir reforms new mahaprasad rates

ଆଜି ସକାଳେ ବସିଥିବା ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ବୈଠକରେ ମହାପ୍ରସାଦ ଦର ନିର୍ଦ୍ଧାରଣ କରାଯାଇଛି । ଆନନ୍ଦ ବଜାର ସଂସ୍କାର ନେଇ ବସିଥିବା ଏହି ବୈଠକରେ ମହାପ୍ରସାଦ  ଦର ନିର୍ଦ୍ଧାରଣ ନେଇ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସହ ନିଯୋଗର ଆଲୋଚନା ପରେ ଦର ନିର୍ଦ୍ଧାରଣ ହୋଇଛି। ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ପରେ ଏହି ଦର ଲାଗୁ କରାଯିବ। ସୁଆର ମହାସୁଆର ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ଆର୍ଥିକ ପରିଚାଳନା କମିଟିର ବୈଠକ ହୋଇଛି। ଆଜି ଅପରାହ୍ଣରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିବ। ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଏଥିରେ ଆଲୋଚନା କରାଯିବ। ତାସହ ସେବାୟତଙ୍କ ଶିକ୍ଷା ଲାଗି ଗୁରୁକୂଳ ଆଦର୍ଶ ବିଦ୍ୟାଳୟ ଉପରେ ବି ଆଲୋଚନ ହେବ।

Previous ମାଓବାଦୀଙ୍କ ସହିଦ ସପ୍ତାହ ପାଳନ: ବସ୍‌ ଜାଳିବା ପରେ ବିଜୁ ଗାଁ ଗାଡ଼ିରେ ମାରିଲେ ପୋଷ୍ଟର
Next ତିନି ଦଫା ଦାବି ନେଇ ‘ହୋ’ ସମାଜର ମୟୂରଭଞ୍ଜରେ ରେଳରୋକ

No Comment

Leave a reply

Your email address will not be published. Required fields are marked *