ଶ୍ରୀମନ୍ଦିର ସଂସ୍କାର ମାମଲା ଶୁଣାଣି ମାର୍ଚ ୫ ଯାଏଁ ଘୁଞ୍ଚିଲା

sri mandir reform hearing on 5th of march

ଶ୍ରୀମନ୍ଦିର ସଂସ୍କାର ମାମଲା ଆଜି ସୁପ୍ରିମକୋର୍ଟରେ ଶୁଣାଣି ଲାଗି ଧାର୍ଯ୍ୟ କରାଯାଇଥିବା  ବେଳେ ଆମିକସ୍‌କ୍ୟୁରି ରଞ୍ଜିତ କୁମାର ଏନେଇ ରିପୋର୍ଟ ଦାଖଲ କରିଛନ୍ତି । ତେବେ ସବିଶେଷ ତଥ୍ୟ ଦେବାକୁ ସେ ଅଧତ୍କ ସମୟ ମାଗିଛନ୍ତି କୋର୍ଟଙ୍କୁ । ଜଷ୍ଟିସ୍ ଏ.କେ. ସିକ୍ରିଙ୍କ ଅନୁପସ୍ଥିତି ପାଇଁ ମାର୍ଚ୍ଚ ୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବବୋଲି ଦିନ ଧାର୍ଯ୍ୟ ହୋଇଛି । ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶକ୍ରମେ ଫେବ୍ରୁଆରି ୨୨ ଓ ୨୩ ତାରିଖ ଦୁଇଦିନ ପୁରୀ ଆସିଥିବା ନୂଆ ଆମିକସ୍‌କ୍ୟୁରି ରଞ୍ଜିତ କୁମାର ଏନେଇ ଗଜପତି ମହାରାଜା, ମନ୍ଦିର ପରିଚାଳନା କମିଟି ଓ ଛତିଶାନିଯୋଗଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଧର୍ମ, ଭକ୍ତ, ସେବକ ଓ ପ୍ରଶାସନ ଶ୍ରୀମନ୍ଦିରର ଏହା ଚାରିଟି ସ୍ତମ୍ଭ । ତେଣୁ ସଂସ୍କାର ପ୍ରକ୍ରିୟାରେ ଯେମିତି ଏଥିରୁ କୌଣସି ଗୋଟିଏ ବି ପ୍ରଭାବିତ ନହୁଏ, ତା ଉପରେ ସେ ଗୁରୁତ୍ୱ ଦେଇଥିଲେ।

Previous ସୀମା ଉଲ୍ଲଂଘନ ବେଳେ କଡ଼ା ଜବାବ: ପାକ୍ ବାୟୁସେନା ବିମାନ ଏଫ-୧୬ କୁ ଖସେଇଲା ଭାରତ
Next ବଦହଜମି ହେଉଥିଲେ ...

No Comment

Leave a reply

Your email address will not be published. Required fields are marked *