ଆଇପିଏଲ୍ ସ୍ପଟ୍ ଫିକ୍ସିଙ୍ଗ୍ ମାମଲା: ଶ୍ରୀଶନ୍ଥଙ୍କ ଉପରୁ ହଟିଲା ଆଜୀବନ ପ୍ରତିବନ୍ଧକ !

sreesanth spot-fixing case supreme court BCCI to reconsider plea within three months

୨୦୧୩ ମସିହାରେ ଆଇପିଏଲ୍ ସ୍ପଟ୍ ଫିକ୍ସିଙ୍ଗ୍ ମାମଲାରେ କ୍ରିକେଟର ଏସ୍ .ଶ୍ରୀଶନ୍ଥଙ୍କ ଉପରେ ଲାଗିଥିବା ଆଜୀବନ ପ୍ରତିବନ୍ଧକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି । ୩ ମାସ ଭିତରେ ଶ୍ରୀସନ୍ଥଙ୍କ ପକ୍ଷ ଶୁଣିବାକୁ BCCIକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟଙ୍କ କହିବାନୁସାର ବିସିସିଆଇ ପାଖରେ ଅନୁଶାସନାତ୍ମକ କାର୍ଯ୍ୟକାରିତା କରିବାର ଅଧିକାର ରହିଛି । ସୁପ୍ରିମକୋର୍ଟଙ୍କ ତରଫରୁ କୁହାଯାଇଛି ଯେ ବିସିସିଆଇ ଶ୍ରୀଶନ୍ଥଙ୍କ ଉପରେ ଲଗାଇଥିବା ଆଜୀବନ ପ୍ରତିବନ୍ଧ ଉପରେ ପୁନଃ ବିଚାର କରନ୍ତୁ ଏବଂ ୩ ମାସ ଭିତରେ ଏହାର ଉତ୍ତର ଦିଅନ୍ତୁ । ସୁପ୍ରିମକୋର୍ଟଙ୍କ ମତରେ ଲାଇଫଟାଇମ୍ ବ୍ୟାନ୍ ଅଧିକ ଦଣ୍ଡ ହେଉଛି । ବିସିସିଆଇ ଆଇପିଏଲ୍ – ୨୦୧୩ ମସିହାରେ ସ୍ପଟ୍ ଫିକ୍ସିଙ୍ଗ୍ ମାମଲାରେ ଶ୍ରୀଶନ୍ଥଙ୍କୁ ଦୋଷୀ ମାନି ଆଜୀବନ ପ୍ରତିବନ୍ଧ ଲଗାଇଥିବା ବେଳେ ଏହା ବିପକ୍ଷରେ ଶ୍ରୀଶନ୍ଥ ସୁପ୍ରିମକୋର୍ଟରେ କେସ୍ କରିଥିଲେ । ଶ୍ରୀଶନ୍ଥ ,ଅଙ୍କିତ ଚୌହାନ୍ , ଅଜିତ୍ ଚନ୍ଦିଲାଙ୍କ ସହ ସ୍ପଟ୍ ଫିକ୍ସିଙ୍ଗ୍ ମାମଲାରେ ଅନ୍ୟ ୩୬ ଜଣ ଅଭିଯୁକ୍ତଙ୍କୁ ୨୦୧୫ରେ ପଟିୟାଲା ହାଉସ୍ କୋର୍ଟ ଅପରାଧି ମାମଲାରୁ ମୁକ୍ତ କରିଥିଲେ ।

Previous ନ୍ୟୁଜିଲାଣ୍ଡର ଅଲ୍‌ନୂର ମସ୍‌ଜିଦରେ ଗୁଳିମାଡ଼: ୪୦ ମୃତ୍ୟୁ,ସଂଖ୍ୟାଧିକ ଆହତ
Next ବିଜେପିରେ ଯୋଗଦେଇ ଓଡିଶା ଫେରିଲେ ଦାମୋଦର ରାଉତ

No Comment

Leave a reply

Your email address will not be published. Required fields are marked *