ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି କି ନାହିଁ କେମିତି ଜାଣିବେ?

How to know if your phone is being hacked

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନର ବହୁଳ ବ୍ୟବହାର ସହ ଏହା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂରକ୍ଷଣ କରି ରଖିବାର ମାଧ୍ୟମ ପାଲଟିଛି । ହେଲେ ଏହାକୁ ହ୍ୟାକ୍ କରାଯାଇ ସେଥିରୁ ସହଜରେ ଗୁରୁତ୍ୱପୂର୍ଣ୍ଣ ବା ବ୍ୟକ୍ତିଗତ ତଥ୍ୟ ଚୋରି କରାଯାଇପାରୁଛି । ଯାହାଦ୍ୱାରା କି ଫୋନ ହ୍ୟାକ୍ ହୋଇଥିବା ବ୍ୟକ୍ତିକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବହୁଦିନ ଧରି ଫୋନ ହ୍ୟାକ୍ ହୋଇଥିଲେ ମଧ୍ୟ ଅନେକ ସେ ସମ୍ବନ୍ଧରେ ଜାଣି ପାରନ୍ତି ନାହିଁ, ତେବେ କିପରି ସହଜରେ ଆପଣଙ୍କ ଫୋନ ହ୍ୟାକ୍ ହୋଇଛିକି ନାହିଁ ଜାଣନ୍ତୁ, ଏହି କିଛିଟି ଲକ୍ଷଣରୁ ।
କିପରି ହୋଇଥାଏ ହ୍ୟାକ
ଯଦି କୌଣସି ବ୍ୟକ୍ତି ଅପଣଙ୍କ ଅଜାଣତରେ ଫୋନ ନେଇ ସେଥିରେ ସ୍ପାଇ ଆପ(spy app) ଇନ୍ଷ୍ଟଲ କରିଥାଏ ତେବେ ଫୋନ ହ୍ୟାକ ହୋଇଯାଇଥାଏ । ଏହି ଆପ ଇନ୍ଷ୍ଟଲ ହୋଇ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ତାହା ସାଧାରଣଭାବେ ଜଣାପଡ଼ି ନଥାଏ । ଯାହା ଦ୍ୱାରାକି ଫୋନ କଲ, ମେସେଜେସ, ହ୍ୱାଟସାପ କଲ ସବୁକିଛି ଟ୍ରାପ ହୋଇଯାଇଥାଏ ।

ଲକ୍ଷଣ
– ଯଦି ଆପଣଙ୍କ ଫୋନ ହ୍ୟାକ୍ ହୋଇଥିବ ତେବେ ଆଗ ଅପେକ୍ଷା ଅଧିକ ସ୍ଲୋ ହୋଇଯିବ ।
– ଖୁବ୍ଶୀଘ୍ର ବା ହଠାତ୍ ଚାର୍ଜ ସରିବା ଓ ଖୁବ ଜୋରରେ ଫୋନ୍ ତାତିବା ।
– ହ୍ୟାକ ହୋଇଥିବା ମୋବାଇଲର ଡ଼ାଏଲ ପ୍ୟାଡ଼ ରଙ୍ଗ ବଦଳି ଯାଇଥାଏ । ପ୍ରାୟତଃ ଡ଼ାଏଲ ବଟମ ସବୁଜ ରଙ୍ଗର ରହିଥାଏ ହେଲେ ହ୍ୟାକ୍ ହେବା ଦ୍ୱାରା ଏହା ନାଲୀ ରଙ୍ଗ ହୋଇଯାଇଥାଏ । ଯଦି ଏଭଳି କିଛି ଲକ୍ଷଣ ଦେଖୁଛନ୍ତି ତେବେ ସମାନ ମଡ଼େଲର ଫୋନ ଆଣି ପରକ୍ଷୀ ନିଅନ୍ତୁ । ଜାଣି ପାରିବେ ଆପଣଙ୍କ ଫୋନ ହ୍ୟାକ ହୋଇଛି ନା ନାହିଁ।

– ଫୋନ ଆପେ ଆପେ ସୁଇଚ ଅଫ ହେବା ବା ଆପଣ ଚାହିଁଲେ ବି ସୁଇଚ ଅଫ୍ କରି ନପାରିବା ଫୋନ ହ୍ୟାକର ଅନ୍ୟ ଏକ ଲକ୍ଷଣ ।
– ଏହାସହ ଆପେ ଆପେ କଲ ବା ମେସେଜ ଅଜଣା ନମ୍ବରକୁ ଯିବା ହ୍ୟାକ୍ ହେବାର ଲକ୍ଷଣ । ଏହାସହ ସ୍ୱୟଂ କୌଣସି ନିର୍ଦ୍ଦିଷ୍ଟ କୋର୍ଡ଼ ଦ୍ୱାରା ମେସେଜ ଆସୁଥିଲେ ବା ଯାଉଥିଲେ ଫୋନ ହ୍ୟାକ୍ ହୋଇଛି ବୋଲି ଜାଣି ନିଅନ୍ତୁ ।
– ଡ଼ାଟା ସମସ୍ୟା, ଆପଣ ସେଟିଂ ଯାଇ ଡ଼ାଟା ୟୁଜେସ ଦେଖିପାରିବେ । ଫୋନ ହ୍ୟାକ୍ ବିଭିନ୍ନ ଆପ୍ଲିକେସନ ଚଳାଇବା ପାଇଁ ବହୁଳ ଡ଼ାଟା ବ୍ୟବହାର କରିଥାଏ ଯାହାକି ସେଟିଂରୁ ଜଣାପଡ଼ିବ ।

Previous ଜମୁଛି ତୋଷାଳି, ବଢୁଛି ଭିଡ଼
Next ଅଦରକାରୀ ସିଡ଼-ଡ଼ିଭିଡିରୁ ଦରକାରୀ ଘରସଜା

No Comment

Leave a reply

Your email address will not be published. Required fields are marked *