ବଲିଉଡ଼ରେ ଏଣ୍ଟ୍ରିକରିବେ କିଙ୍ଗ୍ ଖାନଙ୍କ ଝିଅ!

Shah Rukh Khan daughter Suhana Khan will enter Bollywood

ବଲିଉଡ଼ରେ ଏବେ ଷ୍ଟାର କିଡ୍ଙ୍କ ଏଣ୍ଟ୍ରି ହେବାରେ ଲାଗିଛି । ସାରା ଅଲି ଖାନଙ୍କ କଥା କୁହନ୍ତୁ ବା ଜାନଭୀ କାପୁର,ଆଲିଆ, ଶ୍ରଦ୍ଧା,ଟାଇଗରଙ୍କ କଥା କୁହନ୍ତୁ । ମା’ବାପାଙ୍କ ଭଳି ଏହି ଷ୍ଟାର କିଡ୍ମାନେ ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ପ୍ରୀୟ ହୋଇ ପାରିଛନ୍ତି । ଏବେ ଏହି ଧାରାରେ ଆଉ ଜଣେ ଷ୍ଟାର କିଡ୍ ସାମିଲ ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି, ସେ ଆଉ କେହି ନୁହଁନ୍ତି କିଙ୍ଗ୍ ଖାନ ଶାହାରୁଖଙ୍କ ଗେହ୍ଲ ଝିଅ ସୁହାନା ଖାନ୍ । ସୋସିଆଲ ମିଡ଼ିଆରେ ସୁହାନାଙ୍କର ଏକ ଫୋଟ ଭାଇରାଲ ହେଉଛି, ଏହି ଫୋଟରୁ ସେ ଏକ ସଟ୍ ଫିଲ୍ମ ସୁଟିଂ କରୁଥିବାର ଜଣାପଡ଼ୁଛି । ନିଜ ସାଙ୍ଗମାନଙ୍କ ସହ ସଟ ଦେବା ସହ ତାହାକୁ ସ୍କିନ୍ରେ ନିରିକ୍ଷଣ କରୁଥିବାର ଦେଖିବାକୁ ମିଳିଛି । କୁହାଯାଉଛି ଯେ ସୁହାନାଙ୍କ ଏହି ଫିଲ୍ମର ସୁଟିଂ ୟୁଏସରେ ହେଉଛି । ଏହି ସଟ୍ ଫିଲ୍ମକୁ ନେଇ ସେ ବ୍ୟସ୍ତ ଥିବାବେଳେ ବଲିଉଡ଼ରେ ତାଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଏହା ପୂର୍ବରୁ ସୁହାନା ନିଜ ସ୍କୁଲରେ ରୋମିୟ ଜୁଏଲେଟ ନାଟକରେ ଅଭିନୟ କରି ଚର୍ଚ୍ଚାର କାରଣ ପାଲଟିଥିଲେ । ଏହାସହ ସୁହାନଙ୍କର ପିଲାଦିନରୁ ଅଭିନୟ ପ୍ରତି ରହିଥିବା ଦୁର୍ବଳତାଯେ ବଲିଉଡ଼କୁ ଟାଣି ନଆଣିବ ସେକଥା କିଏ କହିବ ।

Previous ପପୁଙ୍କ କମାଲ:୩ରାଜ୍ୟରେ କଂଗ୍ରେସ ଚିତ୍ କଲା ବିଜେପିକୁ
Next ଉପକାରୀ ଅର୍ଜୁନ ଗଛ

No Comment

Leave a reply

Your email address will not be published. Required fields are marked *