ଦେଶର ଦ୍ୱିତୀୟ ଶ୍ରେଷ୍ଠ ପ୍ରଶାସକ ନୂଆପଡ଼ା ଜିଲ୍ଲାପାଳ ଡ଼କ୍ଟର ପୋମା ଟୁଡୁ


ଦେଶର ବଛା ବଛା ପ୍ରଶାସକଙ୍କୁ ନେଇ ଏକ ପତ୍ରିକା ଦ୍ୱାରା ପ୍ରସ୍ତୁତ ତାଲିକାରେ ନୂଆପଡା ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । କେରଳର ଆଇଏସ୍ ଅଧିକାରୀ ପ୍ରଶାନ୍ତ ନାୟାର ଦେଶର ସର୍ବ ଶ୍ରେଷ୍ଠ ପ୍ରଶାସକ ଭାବେ ଏହି ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ନିଜ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ନୂଆ ପିଢିର ଆଇଏସ୍ ଙ୍କୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଛି ।

ଲୋକଙ୍କ ଅଭି ଯୋଗ ଶୁଣିବା ପାଇଁ ପ୍ରାୟ ୪ କି.ମି. ପାହାଡିଆ ରାସ୍ତା ଚାଲିଚାଲି ଜିଲ୍ଲାପାଳ ଡକ୍ଟର ଟୁଡୁ ପହଞ୍ଚିଥିଲେ ଜିଲ୍ଲା ମୁଖ୍ୟାଳୟରୁ ୯୦ କିମି ଦୂରରେ ଥିବା ଖଡିଆଳ ବ୍ଲକ ରାନୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସମାଟପଦର ଗାଁରେ । ଯାହାକି ସମଗ୍ର ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲା । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବୃଷଭ ଚନ୍ଦ୍ର ନାୟକଙ୍କୁ ସାଥି କରି ସାହସ ଓ ଧୈର୍ଯ୍ୟର ସହିତ ଦୀର୍ଘ ୪ କି.ମି. ପାହାଡିଆ ରାସ୍ତା ଅତି କ୍ରମ କରି ଗାଁ ଲୋକଙ୍କ ଅଭି ଯୋଗ ଶୁଣିଥିଲେ ଜିଲ୍ଲାପାଳ ଡକ୍ଟର ଟୁଡୁ । ଜିଲ୍ଲାପାଳଙ୍କ ଏଭଳି ମହତ୍ ପଦ କ୍ଷେପକୁ ଉଚ୍ଛ୍ୱସିତ ପ୍ରଶଂସା କରିଥିଲେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଥମେ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳଙ୍କୁ ଚିହ୍ନିପାରି ନଥିଲେ । ଅଭି ଯୋଗ ଶୁଣିବା ପାଇଁ ଜିଲ୍ଲାପାଳ ସେମାନଙ୍କ ନିକଟକୁ ଆସିଥିବା କଥା ଜାଣିବା ପରେ ବିସ୍ମିତ ହୋଇଥିଲେ ଗାଁ ଲୋକେ । ଡକ୍ଟର ଟୁଡୁଙ୍କ ସହିତ ଅନ୍ୟ ଅଧିକାରୀଙ୍କୁ ଦେଖି ଅତ୍ୟନ୍ତ ଖୁସି ହୋଇଯାଇଥିଲେ ସମାଟପଦର ବାସିନ୍ଦା । ଗାଁର ମୋୖଳିକ ଅସୁବିଧା ସମ୍ପର୍କରେ ସ୍ଥାନୀୟ ପୁରୁଖା ଲୋକଙ୍କ ସହ ଆଲୋଚନା କରିଥିଲେ ଜିଲ୍ଲାପାଳ ଡକ୍ଟର ଟୁଡୁ ଏବଂ ଯଥା ଶୀଘ୍ର ଏସବୁର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ସେ । ଡକ୍ଟର ଟୁଡୁ ଶ୍ରେଷ୍ଠ ପ୍ରଶାସକ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ନୂଆପଡା ଜିଲ୍ଲା ଏବଂ ରାଜ୍ୟ ପାଇଁ ଗୌରବର ବିଷୟ ।

Previous ଟି-20 ରେ ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ
Next ଗୋପାଳପୁର ବିଚ୍ ଫେଷ୍ଟିଭାଲରେ ଅନନ୍ୟା ଓ ସତ୍ୟଜିତଙ୍କ ଧମାଲ

No Comment

Leave a reply

Your email address will not be published. Required fields are marked *