ସାନିଆଙ୍କ ପସନ୍ଦ ସଚିନ୍


ଭାରତୀୟ ମହିଳା ଟେନିସ୍ ତାରକା ସାନିଆ ମିର୍ଜା ଟ୍ୱିଟର ଜରିଆରେ ନିଜର ଫ୍ୟାନମାନେ ପଚାରିଥିବା ପ୍ରଶ୍ନର ମଜାଳିଆ ଉତ୍ତର ରଖିଥିଲେ । ଦୀର୍ଘ ସମୟ ବାର୍ତ୍ତାଳପ ପରେ ଫ୍ୟାନମାନେ ସାନିଆଙ୍କ ପସନ୍ଦର କ୍ରିକେଟ ତାରକାଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ ।

ସଂପ୍ରତି ବିଶ୍ୱ କ୍ରିକେଟରେ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ନାଁ ଉଠିଲେ କୋହଲି ହିଁ ସର୍ବାଗ୍ରେ ରହିବେ । ଭାରତର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ନାଁ ଅଧିକାଂଶ କ୍ରିକେଟ ପ୍ରଶଂସକ ଓ ସମୀକ୍ଷକଙ୍କ ମୁହଁରୁ ସ୍ୱତଃପ୍ରବୃତ୍ତ ଭାବରେ ବାହାରି ଆସିବ । ଯେତେବେଳେ ପ୍ରଶଂସକ ଆପଣଙ୍କର ପସନ୍ଦର କ୍ରିକେଟର କିଏ ବୋଲି ପଚାରିଲେ ସାନିଆ ନିର୍ଦ୍ୱନ୍ଦରେ କହିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସ୍ୱାମୀ ସୋଏବ ମଲ୍ଲିକଙ୍କ ପରେ ସଚିନ୍ ତେନ୍ଦୁଲକର ହେଉଛନ୍ତି ମୋର ପସନ୍ଦର ଖେଳାଳି ବୋଲି କହିଲେ ଯୁବପିଢିଙ୍କ ହାର୍ଟ-ଥ୍ରୋବ ସାନିଆ ମିର୍ଜା ।

ଭାରତ ରତ୍ନ ସଚିନ ତେନ୍ଦୁଲକର ଦୀର୍ଘ ୨୪ ବର୍ଷ ଖେଳିବା ପରେ ଭଦ୍ରଲୋକଙ୍କ ଖେଳ ଭାବେ ବିବେଚିତ କ୍ରିକେଟକୁ ଅଲବିଦା କହିଲେ । ଜାତୀୟ ଦଳ ପକ୍ଷରୁ ୨୦୦ ଟେଷ୍ଟ ମ୍ୟାଚ୍ ଓ ୪୬୩ ଦିନିକିଆ ମ୍ୟାଚ୍ ଖେଳିଛନ୍ତି ତେନ୍ଦୁଲକର । ଟେଷ୍ଟରେ ୫୩.୭୯ ହାରରେ ୫୧ ଶତକ, ୬୮ ଅର୍ଦ୍ଧ ଶତକ ଏବଂ ୬ଟି ଦ୍ୱିଶତକ ଜରିଆରେ ସେ ସଂଗ୍ରହ କରିଛନ୍ତି ୧୫,୯୨୧ ରନ୍ । ଦିନିକିଆରେ ୪୪.୮୩ ହାରରେ ୪୯ ଶତକ ଓ ୯୬ ଅର୍ଦ୍ଧ ଶତକ ସହ ୧୮,୪୨୬ ରନ୍ ସଂଗ୍ରହ କରିଛନ୍ତି ଏହି ବ୍ୟାଟିଂ ମହାରଥୀ । ଏକ ମାତ୍ର ଟି-୨୦ ମ୍ୟାଚ୍ ଖେଳି ୧୦ ରନ୍ ସଂଗ୍ରହ କରିଛନ୍ତି ବିଶ୍ୱର ବ୍ୟାଟିଂ ଯାଦୁକର ତେନ୍ଦୁଲକର । ମୁମ୍ବାଇରେ ନଭେମ୍ବର ୧୬, ୨୦୧୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିବା ମ୍ୟାଚ୍ ଥିଲା ତାଙ୍କ ଜୀବନର ଶେଷ ଆନ୍ତର୍ଜାତିକ ମ୍ୟାଚ୍ । ଆଉ ଏକ ଇଣ୍ଟରେଷ୍ଟିଂ ତଥ୍ୟ ଟ୍ୱିଟର ଜରିଆରେ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି ଭାରତର ଟେନିସ ଦିଭା ସାନିଆ ମିର୍ଜା । ସେ କହିଛନ୍ତି ରୋଜର ଫେଡେରର ହେଉଛନ୍ତି ମୋର ପସନ୍ଦର ଟେନିସ୍ ତାରିକା ।

Previous ପ୍ରାକୃତିକ ସୌନ୍ଦର୍ଯ୍ୟଭରା ମନଲୋଭା ବେଳାଭୂମି
Next ବିଶ୍ୱ ପାରା ସୁଇମିଂ ଚମ୍ପିଆନ୍ସିପ୍: କାଞ୍ଚନମାଳାଙ୍କୁ ସ୍ୱର୍ଣ୍ଣ

No Comment

Leave a reply

Your email address will not be published. Required fields are marked *