ସମ୍‌ଝୌତା ଏକ୍ସପ୍ରେସ୍‌ ଚଳାଚଳ ବନ୍ଦ କଲା ପାକିସ୍ତାନ

samjhouta express train stopped

ଗୋଟିଏ ପଟେ ଶାନ୍ତି ଚାହେଁ ଭଲେଇ ହେଇ କହୁଛି ପାକିସ୍ତାନ ଅନ୍ୟପଟେ ତାର କାର୍ଯ୍ୟକଳାପ ଜଣେଇଦେଉଛି ଭାରତ ପ୍ରତି ରହିଥିବା ତାର ଶତ୍ରୁତା ଭାବ । ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ କର୍ତ୍ତୃପକ୍ଷ ସମ୍‌ଝୌତା ଏକ୍ସପ୍ରେସ ଟ୍ରେନ୍‌ର ସେବାକୁ ବନ୍ଦ କରି ଦେଇଛନ୍ତି। ଏହି ଟ୍ରେନ୍‌ ସପ୍ତାହରେ ଦୁଇ ଦିନ ଚାଲିଥାଏ । ପାକିସ୍ତାନର ଲାହୋରଠାରୁ ପ୍ରତି ସୋମବାର ଓ ଗୁରୁବାର ଦିନ ଯାତ୍ରା କରିଥାଏ। ଭାରତ-ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ଏହା ଏକମାତ୍ର ଟ୍ରେନ୍‌ ଆଜି ୧୬ ଜଣ ପାକ୍‌ ଯାତ୍ରୀଙ୍କୁ ନେଇ ଯାତ୍ରା କରିବାର ଥିଲା। ଏହାର ଯାତ୍ରା କରାଚିଠାରୁ ଆରମ୍ଭ ହୋଇଥିଲା। ମାତ୍ର ପାକିସ୍ତାନ କତ୍ତୃପକ୍ଷ ଏହି ଟ୍ରେନ୍‌କୁ ଲାହୋରଠାରେ ଅଟକାଇ ରଖିଛନ୍ତି। ସେଠାରେ ଥିବା ଯାତ୍ରୀମାନଙ୍କୁ ମଧ୍ୟ ଅଟକାଇ ଦିଆଯାଇଥିବା ଜଣାପଡିଛି। ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନ ହେବା ଯାଏଁ ସମ୍‌ଝୌତା ଏକ୍ସପ୍ରେସ୍‌ ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି।

Previous ଆସନ୍ତା ୧୨ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା-ପବନ ସମ୍ଭାବନା
Next କଥାବାର୍ତ୍ତାରେ ମୀମାଂସା କରିବାକୁ ପ୍ରସ୍ତାବ ଦେଲା ପାକିସ୍ତାନ

No Comment

Leave a reply

Your email address will not be published. Required fields are marked *