ଚିଙ୍କାରା ଶିକାର ମାମଲାରେ ସଲମାନ ଦୋଷୀ ସାବ୍ୟସ୍ତ: 5 ବର୍ଷ ଜେଲ

Salman khan sentenced for 5 years imprisonment

୧୯୯୮ ମସିହାରେ ହମ୍ ସାଥ୍ ସାଥ୍ ହେ ଫିଲ୍ମ ସୁଟିଂ ବେଳେ ଚିଙ୍କାରା ଶିକାରର ଅଭିଯୋଗ ଆସିଥିଲା ଦବଙ୍ଗ ଖାନ୍ ସଲମାନଙ୍କ ନାଁରେ । ଉକ୍ତ ମାମଲାର ବିଚାର କରି ସଲ୍ଲୁ ମିଆଁକୁ ୫ ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କାର ଅର୍ଥ ଦଣ୍ଡ ଶୁଣାଇଛନ୍ତି ବିଚାରପତି । ଯୋଧପୁର ସେଣ୍ଟ୍ରାଲ ଜେଲରେ ରହିବେ ଭାଇଜାନ୍ । ଡାକ୍ତର ପରୀକ୍ଷା ପରେ ତାଙ୍କୁ ଜେଲ ପଠାଯିବ । ୧୯୯୮ ମସିହାରୁ ଏହି ମୃଗ ଶିକାର ମାମଲାରେ ଛନ୍ଦି ହୋଇଥିବା ସୈଫ ଅଲ୍ଲୀ ଖାଁ, ନୀଲମ୍, ତବୁ ଏବଂ ସୋନାଲି ବନ୍ଦ୍ରେଙ୍କୁ ଦୋଷ ମୁକ୍ତ କରିଛି କୋର୍ଟ ।

ପୂର୍ବରୁ କୋର୍ଟ ଏହି ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆଜି ରାୟ ଶୁଣାଣି ବେଳେ ସଲମାନ୍ ଙ୍କ ଦୁଇ ଭଉଣୀ ଉପସ୍ଥିତ ଥିଲେ । ଶୁଣାଣିବେଳେ ସଲମାନଙ୍କ ଓକିଲ ୧୫ ମିନିଟ ପକ୍ଷ ରଖିଥିଲେ । ଯେତେବେଳେ ସଲମାନଙ୍କୁ ତାଙ୍କ ପକ୍ଷ ରଖିବାକୁ କୁହାଯାଇଥିଲା ସେତେବେଳେ ସେ କହିଥିଲେ ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ସଲମାନ୍ ଙ୍କ ଓକିଲ କମ୍ ଦଣ୍ଡାଦେଶ ପାଇଁ ବିଚାରପତିଙ୍କ ନିକଟରେ ଅପିଲ କରିଥିଲେ ।

Previous ଅତାବିରା, ହିନ୍ଦୋଳରେ ବିଜେଡିର ବିପୁଳ ବିଜୟ
Next ଗଣଶିକ୍ଷା ବିଭାଗରେ ସଂସ୍କାର: ଏଣିକି ସାକ୍ଷାତକାର ମାଧ୍ୟମରେ ଶିକ୍ଷକ ନିଯୁକ୍ତି

No Comment

Leave a reply

Your email address will not be published. Required fields are marked *