ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଆଜି ସକାଳେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣ ଛାତ୍ରଛାତ୍ରୀ ଓ ୩ ଜଣ ଅଭିଭାବକ ଅଛନ୍ତି। ଆହତମାନଙ୍କ ମଧ୍ୟରୁ ୩ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତ ଝରିଗାଁ ବ୍ଲକ୍ ଅନ୍ତର୍ଗତ ଶିଉନାଗୁଡ଼ାର ବାସିନ୍ଦା ବୋଲି ଜଣାପଡିଛି । ଏକ ଏଣ୍ଟ୍ରାନ୍ସ ପରୀକ୍ଷା ଦେବା ପାଇଁ ଚନ୍ଦାହାଣ୍ଡି ବ୍ଲକ୍ ଧଡ଼ିପାଣି ସ୍କୁଲକୁ ଯାଉଥିଲେ ଛାତ୍ରଛାତ୍ରୀମାନେ ଓ ସେମାନଙ୍କ ସହିତ ତିନି ଜଣ ଅଭିଭାବକ ମଧ୍ୟ ଯାଉଥିଲେ । ଅଟୋଟି ଘାଟି ରାସ୍ତାରେ ଯାଉଥିବାବେଳେ ଡ୍ରାଇଭର ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ ଫଳରେ ତାହା ଓଲଟି ପଡ଼ିଥିଲା।ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ୩ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ନବରଙ୍ଗପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ଆଜି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ତେଣ୍ଡୋଇ ନିକଟରେ ଏକ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଗଣେଶ ଦାସ ଓ ତାଙ୍କ ସ୍ତ୍ରୀ ଲତା ଦାସ। ସେହିଭଳି ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକ୍ର ପୂର୍ବତନ ଉପାଧ୍ୟକ୍ଷ ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ରାଷ୍ଟ୍ରପତି ବେହେରା ଓ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୪ ମୃତ ୧୦ ଗୁରୁତର
road accident in three places

No Comment