ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଋଷି କୁମାର

Rishi kumar shukla ips appointed as new cbi chief

ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଆଇପିଏସ ଋଷି କୁମାର ଶୁକ୍ଲା । ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦୁଇ ବର୍ଷ ପାଇଁ ସେ ଏହି ପଦରେ ରହିବେ । ଋଷି କୁମାର ଶୁକ୍ଲା ୧୯୮୩ ବ୍ୟାଚ ମଧ୍ୟପ୍ରଦେଶର କ୍ୟାଡରର ଆଇପିଏସ ଅଫିସର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ହାଇଲେବେଲ ଚୟନ କମିଟିରେ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ସାମିଲ ରହି ତାଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ ଚୟନ କରିଥିଲେ । ଏହା ପୂର୍ବରୁ ଋଷି ଶୁକ୍ଲା ମଧ୍ୟପ୍ରଦେଶ ପୋଲିସ ଡିଜି ଭାବେ କାମ କରୁଥିଲେ । ଋଷି କୁମାର ଶୁକ୍ଲାଙ୍କ ପୂର୍ବରୁ ସିବିଆଇ ଦାୟିତ୍ୱରେ ଆଲୋକ ବରମା ରହିଥିବା ବେଳେ ତାଙ୍କୁ ନେଇ କିଛିଦିନ ହେଲା ବିବାଦ ରହିଥିଲା । ଋଷି କୁମାରଙ୍କ ପାଇଁ ଏବେ ଅନେକ ଗୁଡିଏ ଆହ୍ୱାନ ରହିଛି । ସେ ପଶ୍ଚିମବଙ୍ଗ ବିବାଦ ହେଉବା ନିଜ ବିଭାଗୀୟ ବିବାଦ ହେଉ ।

Previous ୪ ଦଫା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବୌଦ୍ଧ ବନ୍ଦ
Next ବାରିି ବଇଦ କୁନ୍ଦୁରି

No Comment

Leave a reply

Your email address will not be published. Required fields are marked *