ସଂଧ୍ୟା ସାଢ଼େ ୭ଟା ସୁଦ୍ଧା ୧୫ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା କରାଯିବା ସହ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହି ୧୫ ଜିଲ୍ଲା ହେଉଛି ଗଜପତି, କୋରାପୁଟ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଖୋର୍ଦ୍ଧା, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ରାୟଗଡ଼ା, ବାଲେଶ୍ବର, ଢେଙ୍କାନାଳ, କଟକ, ପୁରୀ ଓ ଜଗତସିଂହପୁର। ଏହି ସମସ୍ତ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା କରାଯାଇଛି। ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହୋଇଛି। ଏହାସହ ଆସନ୍ତା ୨୨ ତାରିଖ ଠାରୁ ତାତି ବଢିବ ରାଜ୍ୟରେ ବୋଲି କୁହାଯାଇଛି।
୧୫ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା
Rain thunder alert 15 district of odisha

No Comment