ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟପାଇଁ ସତର୍କ ସୂଚନା ଜାରିକରିଛି ପାଣିପାଗ କେନ୍ଦ୍ର । ୬ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବ ବୋଲି କୁହାଯାଇଛି, ଦିନ ୨ଟା ଭିତରେ ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ ଦେଇଛି । ଆଜି ସକାଳେ ଭୁବନେଶ୍ୱର ସମେତ ରାଜ୍ୟର କେତେକ ଅଞ୍ଚଳରେ ଝିପିଝିପି ବର୍ଷା ହୋଇଥିବା ବେଳେ ପାଗ ମେଘୁଆ ରହିଛି । ସେହିଭଳି ଗତକାଲି ନୟାଗଡ଼, ଖୋର୍ଦ୍ଧା,ଅନୁଗୁଳୁ ଆଦି ଜିଲ୍ଲାରେ ବଜ୍ରପାତ ହେବାସହ ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା ।
୬ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ଆଶଙ୍କା
rain & storm alert in odisha

No Comment