ଗତକାଲି ରାତି ପ୍ରାୟ ୧୧ରୁ ୧୨ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ପବନ ବହିବା ସହ ଜୋର୍ରେ ବର୍ଷା ହୋଇଥିଲା। ଆଜି ଆସନ୍ତା ୧୨ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ବିଶେଷ କରି ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ବେଶି ଅନୁଭୂତ ହେବ ବୋଲି କୁହାଯାଇଛି । ଘଣ୍ଟାକୁ ପ୍ରାୟ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ କୁଆପଥର ବର୍ଷା ହେବାର ବି ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ବର୍ଷା କମିବା ସହ ପାଗ ଶୁଖିଲା ରହିବ ବୋଲି କୁହାଯାଇଛି । ଗତକାଲି ବର୍ଷା କାରଣରୁ ବିଦ୍ୟୁତ୍ ସରବରାହରେ ଅନେକ ସ୍ଥାନରେ ବ୍ୟାଘାତ ଘଟିଥିଲା।ଏହାସହ ଆଜି ସକାଳୁ ପାରାଦୀପ, ଜଗତସିଂହପୁରର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି ।
ଆସନ୍ତା ୧୨ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା-ପବନ ସମ୍ଭାବନା
rain in odisha

No Comment