ତିନି ଦଫା ଦାବି ନେଇ ‘ହୋ’ ସମାଜର ମୟୂରଭଞ୍ଜରେ ରେଳରୋକ

rail blockade by tribals in Mayurbhanj for ho language

‘ହୋ’ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ସହ ଓଡ଼ିଶାର ଦ୍ୱିତୀୟ ରାଜଭାଷା ମାନ୍ୟତା, ଶିକ୍ଷକ ନିଯୁକ୍ତି ଓ ଅଙ୍ଗନବାଡ଼ିରୁ ବିଶ୍ୱବିଦ୍ୟାଳୟ ଯାଏ ହୋ ଭାଷାରେ ପାଠ୍ୟକ୍ରମ ପ୍ରଚଳନ ଦାବି ନେଇ ଆଜି ମୟୂରଭଞ୍ଜ ଜିଲ୍ଲାର ‘ହୋ’ ସମାଜ ପକ୍ଷରୁ ବିଭିନ୍ନ ଷ୍ଟେସନରେ ରେଳରୋକ୍‌ କରାଯାଇଛି । ତିନି ଦଫା ଦାବି ନେଇ ସକାଳ ୬ଟାରୁ ହୋ ସମାଜ କର୍ମକର୍ତ୍ତା ବାରିପଦା, ବାଙ୍ଗିରିପୋଷୀ ଓ ରାଇରଙ୍ଗପୁର ରେଳ ଷ୍ଟେସନରେ ପହଞ୍ଚି ରେଳରୋକ୍‌ କରିଥିଲେ। ଫଳରେ ଷ୍ଟେସନରେ ଟାଟା-ରାଇରଙ୍ଗପୁର ପାସେଞ୍ଜର ଟ୍ରେନ କିଛି ସମୟ ପାଇଁ ଅଟକି ରହିଥିଲା। ସେହିଭଳି ବାରିପଦା ,ବାଙ୍ଗିରିପୋଷୀରେ ମଧ୍ୟ ରେଳ ରୋକ କରାଯାଇଛି । ତେବେ ରାଇରଙ୍ଗପୁର ଷ୍ଟେସନରୁ ଆନ୍ଦୋଳନ ଅଧାରୁ ପ୍ରତ୍ୟାହାର ହୋଇଛି।

Previous ଅବଢ଼ା ଦର ନିର୍ଦ୍ଧାରଣ ପାଇଁ ଚୁଡାନ୍ତ ନିଷ୍ପତି ନେବେ ପରିଚାଳନା କମିଟି !
Next ରାଜ୍ୟରେ ଶୀତର ଲହରୀ, ଦାରିଙ୍ଗବାଡ଼ିରେ ୪ ଡିଗ୍ରୀ ତଳେ ତାପମାତ୍ରା

No Comment

Leave a reply

Your email address will not be published. Required fields are marked *