ନିର୍ବାଚନ ପର୍ଯ୍ୟନ୍ତ ପ୍ରତିମାସରେ ଓଡ଼ିଶା ଆସିବେ ରାହୁଲ!

ନିର୍ବାଚନ ପର୍ଯ୍ୟନ୍ତ ପ୍ରତିମାସରେ ଓଡ଼ିଶା ଆସିବେ ରାହୁଲ!

୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ  ଆସୁଛି, ରାଜନୈତିକ ଦଳଗୁଡିକ ମଧ୍ୟରେ ପ୍ରତିଯୋଗିତା ସେତେ ବଢି ବଢି ଚାଲିଛି । ବିଶେଷ କରି ଓଡ଼ିଶାରେ ପ୍ରତିଯୋଗିତା ଅଧିକା ଦେଖିବାକୁ ମିଳୁଛି। ବିଜେପି ଓଡ଼ିଶାକୁ ହାତେଇବା ପାଇଁ ମୋଦି-ସାହା ବାରମ୍ବାର ଓଡ଼ିଶା ଆସି ଦଳୀୟ ନେତା କର୍ମୀଙ୍କ ସହ ଆଲୋଚନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେହିଭଳି ବିଜେଡ଼ି ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ବିଭିନ୍ନ ଯୋଜନା କରିଚାଲିଛି । କଂଗ୍ରେସ ବି ପଛରେ ପଡିନି ନିଜ ସ୍ଥିତି ସଜାଡ଼ିବାକୁ ଚେଷ୍ଟା କରୁଛି । ଜାତୀୟ ଦଳର ଟାର୍ଗେଟରେ ଓଡିଶା ରହିଛି। ମୋଦିଙ୍କ ପରେ ରାହୁଲ ଗାନ୍ଧି ଶୁକ୍ରବାର ଓଡିଶା ଆସୁଛନ୍ତି, ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଦଳ ତରଫରୁ କରାଯାଇଛି । କେବଳ ସେତିକି ନୁହେଁ ନିର୍ବାଚନ ପାଖେଇ ଆସୁଥିବାରୁ ଏଣିକି ସବୁ ମାସରେ ଓଡିଶାକୁ ଥରୁଟିଏ ଆସିବେ କଂଗ୍ରେସ ସଭାପତି । ଏହା କଂଗ୍ରେସ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଆଜି ସୂଚନା ଦେଇଛନ୍ତି । ଦଳୀୟ ବିଶୃଙ୍ଖଳାକାରୀଙ୍କୁ ମଧ୍ୟ ସେ କଡା ଚେତାବନୀ ଦେଇଛନ୍ତି । ଜିତେନ୍ଦ୍ର କହିଛନ୍ତି,ଦଳରେ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବନାହିଁ । ଆଗକୁ ବି ଏହି ପ୍ରକ୍ରିୟା ଜାରି ରହିବ । ନିଜ ସ୍ୱାର୍ଥ ପାଇଁ ନେତା ଦଳ ଛାଡୁଛନ୍ତି । ନବଙ୍କ ସମ୍ପର୍କରେ ଜିତେନ୍ଦ୍ର କହିଛନ୍ତି , ଟିକେଟ ନେବା ତାଲିକାରେ ନବ ଥିଲେ ଅନ୍ୟମାନେ ନୁହେଁ । ତେବେ କଂଗ୍ରେସର ଗୋଳିଆ ଦଳୀୟ କନ୍ଦଳକୁ ରାହୁଲ ଗସ୍ତ ଅଟକାଇ ପାରିବ ? ବିଜେଡ଼ି ଓ ବିଜେପିକୁ ପଛରେ ପକାଇ ସରକାର ଗଢିବାରେ ସହାୟ ହେବ କି ବୋଲି ପ୍ରଶ୍ନ ଉଠୁଛି ।

Previous କୁହୁଡି ପାଇଁ ସପ୍ତାହ ଭିତରେ ୮ରୁ ଅଧିକା ଦୁର୍ଘଟଣା,୨୦ଅଧିକ ଆହତ
Next ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଲେ ପ୍ରିୟଙ୍କା ଗାନ୍ଧି

No Comment

Leave a reply

Your email address will not be published. Required fields are marked *