ଦିନିକିଆ ଓଡ଼ିଶା ଗସ୍ତରେ ଆସି କୋରାପୁଟ ଜିଲ୍ଲା ଜୟପୁରରେ ପହଞ୍ଚିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସ୍ଥାନୀୟ ଗାନ୍ଧୀ ଛକସ୍ଥିତ ଶିବ ସାଇ ଫଙ୍କସନ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗ ଦେଇଛନ୍ତି ରାହୁଲ୍। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆୟୋଜିତ ଏହି ମହିଳା ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ଯୋଗ ଦେଇ ଉପସ୍ଥିତ ମହିଳାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଏହି ଅବସରରେ ରାଫେଲ୍ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଏହାସହ ଅପରାହ୍ନ ୧.୩୫ମିନିଟରେ ଏକମ୍ବାରେ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ଚାଷୀଙ୍କୁ ଉଦବୋଧନ ଦେଇଛନ୍ତି ।
ଦିନିକିଆ ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ
rahul gandhi reached Odisha jaypur

No Comment