୧୦ ସର୍ବାଧିକ ଆୟକାରୀଙ୍କ ମଧ୍ୟରେ ଚୁଲବୁଲି ପ୍ରିୟଙ୍କା


ଚଳିତ ବର୍ଷର ୧୦୦ ଜଣ ସର୍ବାଧିକ ଆୟକାରୀ ସେଲିବ୍ରିଟିଙ୍କ ତାଲିକା ପ୍ରକାଶ କରିଛି ଫୋବର୍ସ । ୨୦୧୬ ଅକ୍ଟୋବର ୧ରୁ ୨୦୧୭ ସେ ପ୍ଟେମ୍ବର ୩୦ ମଧ୍ୟରେ ସେଲିବ୍ରିଟିଙ୍କ ଆୟକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ ହୋଇଛି । ଏହି ତାଲିକାରେ ଟପ୍ ୧୦ରେ ଏକ ମାତ୍ର ମହିଳା ଭାବେ ସ୍ଥାନ ପାଇଛନ୍ତି ଲାସ୍ୟମୟୀ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ୬ କୋଟି ଆୟ ସହ ପ୍ରିୟଙ୍କା ସପ୍ତମ ସ୍ଥାନରେ ରହିଛନ୍ତି ।

ସବୁଠୁ ଆଗରେ ଅଛନ୍ତି ଭାଇଜାନ୍ ସଲମାନ୍ ଖାନ୍ । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଏହି ସଫଳତା ପାଇଛନ୍ତି ଭାଇଜାନ୍ । ୨୩୨ କୋଟି ୮୩ ଲକ୍ଷ ସହ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ୫୧ ବର୍ଷୀୟ ଏହି ଅଭିନେତା । ତାଙ୍କ ତଳକୁ ରହିଛନ୍ତି କିଙ୍ଗ ଖାନ୍ ଶାହାରୁଖ୍ ଖାନ୍ । ଶାହାରୁଖଙ୍କ ଏ ବର୍ଷର ଆୟ ହେଉଛି ୧୭୦ କୋଟି ୫ ଲକ୍ଷ । ଭାରତୀୟ ଦଳର ଅଧିନାୟକ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ କୋହଲିଙ୍କ ଆୟ ହେଉଛି ୧୦୦ କୋଟି ୭୨ ଲକ୍ଷ ।

Previous ଇଣ୍ଡିଆ ରେଡ଼ ଦଳରେ ଓଡ଼ିଆ ଝିଅ ପ୍ରିୟଙ୍କା
Next ଆକ୍ୟୁପ୍ରେସର - ଜାଣନ୍ତୁ ଶରୀରରେ କେଉଁ ରୋଗ ପାଇଁ କେଉଁ ପଏଣ୍ଟ

No Comment

Leave a reply

Your email address will not be published. Required fields are marked *