ଆଇଗିଣିଆ ଛକରେ ଠିଆ ହୋଇଥିବା ବସରେ ଲାଗିଲା ନିଆଁ

Private bus catches fire in BBSR

ରାଜଧାନୀ ଭୁବନେଶ୍ୱରରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଖଣ୍ଡଗିରି ଥାନା ଅନ୍ତର୍ଗତ ଆଇଗିଣିଆ ଛକରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ଘରୋଇ ବସରେ ନିଆଁ ଲାଗି ଯାଇଛି। ତେବେ ବସ୍‌ଟିରେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ। ବସ୍‌ରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବାର ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ପୁଲିସ ପକ୍ଷରୁ ଘଟଣାର ଅନୁସନ୍ଧାନ କରାଯାଉଛି। ତେବେ ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ବିଷୟରେ ଜାଣି ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ ।

Previous ସୋପୋରରେ ସୁରକ୍ଷା ବଳଙ୍କ ଆଡ଼କୁ ଗ୍ରେନେଡ୍‌ ଫିଙ୍ଗିଲେ ଆତଙ୍କବାଦୀ; ଦୁଇ ପୁଲିସ ଆହତ
Next ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ

No Comment

Leave a reply

Your email address will not be published. Required fields are marked *