୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦରେ ରହିବେ ପ୍ରସାଦ ହରିଚନ୍ଦନ । ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧି ପ୍ରସାଦଙ୍କ ଇସ୍ତଫାପତ୍ରକୁ ଅନୁମୋଦନ ଦେଇନାହାଁନ୍ତି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି ଶୃଙ୍ଖଳା କମିଟିର ଅଧ୍ୟକ୍ଷା ସଂନ୍ଧ୍ୟାରାଣୀ ମହାପାତ୍ର । ନିକଟରେ ଶେଷ ହୋଇଥିବା ବିଜେପୁର ଉପ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ସକାଶେ ନିଜକୁ ଦାୟୀ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ପ୍ରସାଦ ହରିଚନ୍ଦନ ।
ଇସ୍ତଫା ଗ୍ରହଣ କଲେନି ରାହୁଲ: ସଭାପତି ପଦ ବଜାୟ ରଖିବେ ପ୍ରସାଦ
Prasad Harichandan retains as OPCC president

No Comment