ଜୟପୁରରେ ମୋଦି

pm modi saysin jeypore rally

ଆଜି କୋରାପୁଟର ଜୟପୁରର ବାଙ୍କବିଜା ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଭାରତୀୟ ଜନତା ପାର୍ଟି ନିମନ୍ତେ ଭୋଟ୍‌ ନିବେଦନ କରିବା ସହ ଜନତାଙ୍କୁ ଉଦବୋଧନ ଦେଇ ବିରୋଧୀ ଦଳମାନଙ୍କୁ ସମାଲୋଚନା କରିଛନ୍ତି। ଏହାସହ ଗତ ମାସରେ ଭାରତୀୟ ବାୟୁସେନାର ବାଲାକୋଟ୍‌ ଆକ୍ରମଣ ଏବଂ ମିସନ୍‌ ଶକ୍ତିର ସଫଳତା କଥା ମଧ୍ୟ କହିଥିଲେ । ସେ କହିଥିଲେ ମାସେ ବିତି ସାରିଥିଲେ ମଧ୍ୟ ପାକିସ୍ତାନ ଶବ ଗଣୁଛି, କିନ୍ତୁ ଆମ ବିରୋଧୀମାନେ ବାଲାକୋଟ୍‌ ଆକ୍ରମଣର ପ୍ରମାଣ ଖୋଜୁଛନ୍ତି। ଭାରତ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣପୂର୍ବକ ଘରେ ପଶି ସେମାନଙ୍କୁ ହତ୍ୟା କରିଥିବା ବେଳେ ଏଠାରେ କେତେକ ପ୍ରମାଣ ମାଗୁଛନ୍ତି। ଯେଉଁମାନେ ଆମ ସେନା ଏବଂ ଓ ବୈଜ୍ଞାନିକମାନଙ୍କୁ ଅପମାନ ଦେଉଛନ୍ତି, ସେମାନଙ୍କୁ ଶିକ୍ଷା ଦେବା କ’ଣ ଅନୁଚିତ? ବୁଧବାର ଦିନ ମିସନ୍‌ ଶକ୍ତି ଅଭିଯାନରେ ଡିଆର୍‌ଡିଓ ମହାଶୂନ୍ୟରେ ଗୋଟାଏ କୃତ୍ରିମ ଉପଗ୍ରହକୁ କ୍ଷେପଣାସ୍ତ୍ର ନିକ୍ଷେପକରି ଖସାଇ ଦେବା କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସଭାରେ ସେ କହିଥିଲେ ଯେ ୨୦୧୪ରେ ଯେଉଁ କଥା ଦେଇଥିଲେ ତାକୁ ପୂରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀ ଏବଂ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେବାକୁ ଆସିଛନ୍ତି ବୋଲି କହିଥିଲେ । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ କାର୍ଯ୍ୟ କରାଯାଇଛି । ରେଳବାଇ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ କାର୍ଯ୍ୟ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦୀ ମଧ୍ୟ ଡବଲ ଇଞ୍ଜିନ କଥାକୁ ସମର୍ଥନ କରିଲେ। ସେ କହିଲେ ଯେ ଓଡ଼ିଶାରେ କ୍ଷମତାରେ ଥିବା ଦଳକୁ ଗାଦିଚ୍ୟୁତ କରାଯିବା ଉଚିତ ବୋଲି ବିରୋଧୀ ଦଳକୁ ଟାର୍ଗେଟ କରି କହିଛନ୍ତି ।

Previous ୭ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ
Next ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୪ ମୃତ ୧୦ ଗୁରୁତର

No Comment

Leave a reply

Your email address will not be published. Required fields are marked *