ଆଜି ଦକ୍ଷିଣ କୋରିଆ ଗସ୍ତ କରି ୧୪ ତମ ‘ସିଓଲ୍ ଶାନ୍ତି ପୁରସ୍କାର’ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆର୍ଥିକ ପ୍ରଗତି ପାଇଁ ତାଙ୍କୁ ମିଳିଛି ଏହି ପୁରସ୍କାର। ଏହି ପୁରସ୍କାର ବାବଦକୁ ମୋଦିଙ୍କୁ ମିଳିଥିବା ୨ ଲକ୍ଷ ଡଲାର ସେ ନମାମି ଗଙ୍ଗେ ପ୍ରକଳ୍ପ ପ୍ରତି ସମର୍ପଣ କରିବେ ବୋଲି କହିଛନ୍ତି । ୧୯୯୦ରେ ଆରମ୍ଭ ହୋଇଥିଲା ସିଓଲ ଶାନ୍ତି ପୁରସ୍କାର। ଏହି ଅବସରରେ ସେ କହିଥିଲେ, ଏହି ପୁରସ୍କାର ତାଙ୍କର ବ୍ୟକ୍ତିଗତ ନୁହେଁ ଏହି ଶ୍ରେୟ ଭାରତର। ଗତ ପାଞ୍ଚ ବର୍ଷରେ ଭାରତରେ ଲକ୍ଷ ଲକ୍ଷ ଲୋକଙ୍କୁ କୁଶଳୀ କରିବା ପାଇଁ ତାଲିମ ଦିଆଯିବାରେ ଦେଶ ଯେଉଁ ସଫଳତା ହାସଲ କରିଛି, ତାହାହିଁ ଏହି ସଫଳତା ପଛର କାରଣ।
‘ସିଓଲ୍ ଶାନ୍ତି ପୁରସ୍କାର’ ପାଇଲେ ମୋଦି
pm Modi gets seoul peace prize

No Comment