କୋହଲି-ଅନୁଷ୍କାଙ୍କ ବିବାହ ଭୋଜିରେ ପ୍ରଧାନମନ୍ତ୍ରୀ


ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିକଟରେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଗତକାଲି ଦିଲ୍ଲୀରେ ବିବାହ ଭୋଜି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଥି ଖେଳାଳି ଗୌତମ ଗମ୍ଭୀର, ସୁରେଶ ରୈନା, ଶିଖର ଧାୱନଙ୍କ ସମେତ ବହୁ ରାଜନେତା ଏବଂ ବିଶିଷ୍ଟ ଉଦ୍ୟୋଗପତି ଉପସ୍ଥିତ ଥିଲେ । ମାୟା ନଗରୀ ମୁମ୍ବାଇରେ ଡିସେମ୍ବର ୨୬ ତାରିଖରେ ଆଉ ଏକ ବିବାହ ଭୋଜିର ଆୟୋଜନ କରାଯିବ ।

ସଙ୍ଗୀତଜ୍ଞ ଗୁରଦାସ ମନ ସଙ୍ଗୀତ ପରିବେଷଣ କରି ସମବେତ ଅତିଥିଙ୍କ ଭରପୁର ମନୋରଞ୍ଜନ କରିଥିଲେ । ବିବାହ ଭୋଜିର ଏକ ସପ୍ତାହ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ନିମନ୍ତ୍ରଣ କରିଥିଲେ ବିରାଟ ଓ ଅନୁଷ୍କା । ଭୋଜିର ମେନ୍ୟୁରେ ମୁଖ୍ୟତଃ ରାଜସ୍ଥାନୀ ଓ ସାମୁଦ୍ରିକ ଖାଦ୍ୟର ସମ୍ଭାର ଦେଖିବାକୁ ମିଳିିଥିଲା । ବିରାଟ ଓ ଅନୁଷ୍କାଙ୍କ ପୋଷାକକୁ ଡିଜାଇନ୍ କରିଥିଲେ ଖ୍ୟାତିସମ୍ପନ୍ନ ଡିଜାଇନର ସବ୍ୟସାଚୀ । ପାରମ୍ପରିକ ପୋଷାକରେ ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଉଥିଲେ ନବ ବିବାହିତ ଷ୍ଟାର ଦମ୍ପତି । ଦିଲ୍ଲୀସ୍ଥିତ ତାଜ୍ ଡିପ୍ଲୋମାଟିକ୍ ଏନକ୍ଲେଭ ଲାଉଞ୍ଜରେ ବିବାହ ଭୋଜିର ଆୟୋଜନ କରାଯାଇଥିଲା । ବନ୍ଧୁ ବାନ୍ଧବ ଓ ଶୁଭଚ୍ଛେୁଙ୍କ ଭଲ ପାଇବା ଯୋଗୁଁ ଆଜିର ଏ ଦିନ ମୋ ପାଇଁ ଅଭୁଲା ବୋଲି କହିଛନ୍ତି କୋହଲିଙ୍କ ଅର୍ଦ୍ଧାଙ୍ଗିନୀ ଅନୁଷ୍କା ।

Previous ମହାବଳୀ - ଦ ଗ୍ରେଟ୍ ଖଲି
Next ରଣଜୀ ଟ୍ରଫି: ପ୍ରଥମ ଥର ଫାଇନାଲରେ ବିଦର୍ଭ

No Comment

Leave a reply

Your email address will not be published. Required fields are marked *