ଅର୍ଶରୋଗର ଘରୋଇ ଉପଚାର

piles hemorrhoids treatment

ଆଜି କାଲିର ଭାଗଦଉଡ଼ ଜୀବନଶୈଳୀ, ଖାଦ୍ୟଗ୍ରହଣରେ ଅନିୟମିତତା ଓ ଫାଷ୍ଟଫୁଡ ଅଧିକା ଖାଇବା କାରଣରୁ ଅଧିକାଂଶ ଲୋକ ଅର୍ଶରୋଗରେ ପିଡ଼ିତ ହେଉଛନ୍ତି । ଏହି ରୋଗ ଅତ୍ୟନ୍ତ କଷ୍ଟ ଦାୟକ । ତେବେ ଏହି ରୋଗର କାରଣ ଓ କିପରି ଘରୋଇ ଉପାୟରେ ନିରାକରଣ କରିପାରିବେ ସେ ବିଷୟରେ ଜାଣନ୍ତୁ ।
ଲକ୍ଷଣ
ଏହି ରୋଗ ସାଧାରଣତଃ ୨ପ୍ରକାରର ହୋଇଥାଏ ଗୋଟିଏ ବାହର ଅର୍ଶ ଓ ଅନ୍ୟଟି ଆଭ୍ୟନ୍ତରୀଣ ଅର୍ଶ । ରୋଗର ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନେବା ଉଚିତ । ମଳତ୍ୟାଗ ସମୟରେ କଷ୍ଟ ଅନୁଭବ କରିବା, ମଳଦ୍ୱାରରୁ ରକ୍ତ ଶ୍ରାବ ହେବା, ଦରଜ ଓ କୁଣ୍ଡେଇ ହେବା ଏହାର ଲକ୍ଷଣ ହୋଇଥାଏ । ଏହି ରୋଗ କିଡ୍ନକୁ ଆକ୍ରାନ୍ତ କରିଥାଏ ଯଦି ସଠିକ୍ ସମୟରେ ଉପଚାର ନକରାଯାଏ ।
ରୋଗର କାରଣ
ବହୁଦିନ ଧରି କୋଷ୍ଠକାଠିନ୍ୟ ଲାଗି ରହିବା, ଅଧିକ ତେଲ, ରାଗ ମସଲା ଖାଦ୍ୟ ଖାଇବା, ଅଧିକ ସମୟ ବସି ରହିଲେ, ଉପଯୁକ୍ତ ସମୟରେ ଖାଦ୍ୟ ନଖାଇଲେ ଓ ଅଧି ଚା’କଫି ପିଇବା କାରଣରୁ ଅର୍ଶରୋଗ ହୋଇଥାଏ । ରାତ୍ରି ଅନିଦ୍ରା ମଧ୍ୟ ଏହି ରୋଗର ଅନ୍ୟ ଏକ କାରଣ ହୋଇଥାଏ ।
ଉପଚାର
ଏକ ଗ୍ଲାସ ଥଣ୍ଡା କ୍ଷୀରରେ ଗୋଟିଏ ଲେମ୍ବର ରସ ମିଶାଇ ସଙ୍ଗେ ସଙ୍ଗେ ପିଅନ୍ତୁ । ପ୍ରାୟ ୩ରୁ୪ ଦିନ ସକାଳୁ ଏହିଭଳି କରିବା ଦ୍ୱାରା ଅର୍ଶ ରୋଗ ଭଲ ହୋଇଥାଏ । ସେହିଭଳି ଘୋଳ ଦହିରେ ଜିରା ଓ ଅଳ୍ପ ଲୁଣ ମିଶାଇ ଶୋଷ ଲାଗିବା ସମୟରେ ପିଅନ୍ତୁ । ପ୍ରାୟ ୪ଦିନ ଏହାକୁ ପ୍ରୟୋଗ କରିବା ପରେ ତଫାତ ଅନୁଭବ କରିପାରିବେ । ନଚେତ ଖାଲି ଜିରା ଗୁଣ୍ଡକୁ ପାଣିରେ ମିଶାଇ ପିଅନ୍ତୁ ଉପସମ ମିଳିବ । ସେହିଭଳି ଜାମୁକୋଳି ମଞ୍ଜି ଓ ଆମ୍ବ ଟାକୁଆର ଭିତର ଭାଗ ଶୁଖାଇ ଏକାଠି ଗୁଣ୍ଡ କରନ୍ତୁ । ଅଳ୍ପ ଉଷୁମ ପାଣିରେ ଏହି ଗୁଣ୍ଡରୁ ଏକ ଚାମଚ ମିଶାଇ ପିଅନ୍ତୁ ଭଲ ହେବ । ଇସବଗୋଲ ବା ଭୁସି ମଧ୍ୟ ଏହାର ଏକ ବଡ଼ ଔଷଧ । ପ୍ରତି ଦିନ ଭୁସି ପିଇଲେ ଅର୍ଶରୁ ମୁକ୍ତି ମିଳେ । କେବଳ ସେତିକି ନୁହେଁ ପେଟ ସଫା ହେବା ସହ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ସବୁଠୁ ସହଜ ଉପାୟ ହେଉଛି ପ୍ରତିଦିନ ବଡ଼ ଅଳାଇଚ ଗୁଣ୍ଡ ସବୁଦିନ ସକାଳୁ ଖାଆନ୍ତୁ । ଏହି ରୋଗର ନିବାରଣ ପାଇଁ ମୂଳା ମଧ୍ୟ ଏକ ଭଲ ଔଷଧୀ । କଞ୍ଚା ମୂଳା ବା ମୂଳା ରସ ପ୍ରତିଦିନ ସେବନ କରିବା ଦ୍ୱାରା ଅର୍ଶରୁ ମୁକ୍ତି ମିଳିଥାଏ ।

Previous OTET ପ୍ରଶ୍ନପତ୍ର ଲିକ୍ ଘଟଣା: ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ୍‌
Next ସମସ୍ତ  ଜିଲ୍ଲାକୁ ଗଡ଼ିବ 'ରାଜଧାନୀ ଏକ୍ସପ୍ରେସ'

No Comment

Leave a reply

Your email address will not be published. Required fields are marked *