ବଢିବ ପିସିଆର ଭ୍ୟାନ

PCR vans to be increased in state capital

କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଏବଂ ଭୁବନେଶ୍ୱରର ମହାନଗରର ସଂପ୍ରସାରଣକୁ ଦୃଷ୍ଟିରେ ରଖି ପିସିଆର ଭ୍ୟାନ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ । ପୁରୁଣା ଭ୍ୟାନ ଏବଂ ପୋଲିସ କଣ୍ଟ୍ରୋଲ ରୁମରେପୋଲିସଙ୍କ ଅଭାବ ଯୋଗୁଁ ରାଜଧାନୀ ବାସିନ୍ଦାଙ୍କୁ ଠିକଣା ସମୟରେ ସୁରକ୍ଷା ଦେବା ସମ୍ଭବପର ହୋଇପାରୁନାହିଁ । ପିସିଆର ଭ୍ୟାନ ସଂଖ୍ୟା ୬୦କୁ ବଢାଇବା ସହ ନୂଆ ଷ୍ଟାଫ ନିଯୁକ୍ତି ଓ ପୋଲିସ କ ଣ୍ଟ୍ରୋଲ ରୁମର ଆଧୁନିକୀକରଣ କରିବାର ଯୋଜନା କରିଛି କମିଶନରେଟ ପୋଲିସ । ପୋଲିସ କଣ୍ଟ୍ରୋଲ ରୁମ୍ ପାଇଁ ଏକାଧିକ ହୋମଗାର୍ଡ ନି ଯୁକ୍ତ ହେବେ । ଜଣେ ଡିସିପି ପୋଲିସ କଣ୍ଟ୍ରୋଲ ରୁମ୍ ଚାର୍ଜରେ ରହିବେ । ତାଙ୍କ ଅଧୀନରେ ରହିବେ ଜଣେ ଇନିସପେକ୍ଟର, ୧୫ ଜଣ ଆସିଷ୍ଟାଣ୍ଟ ସବ୍ ଇନିସପେକ୍ଟର ଏବଂ ଜଣେ ସବ୍ ଇନିସପେକ୍ଟର । ଭୁବନେଶ୍ୱର ମହାନଗରର ସମସ୍ତ ଘଟଣା ଦୁର୍ଘଟଣା ଉପରେ ଏମାନେ ୨୪ ଘଣ୍ଟା ନଜର ରଖିବା ସହ କମିଶନର ୱାଇ ବି ଖୁରାନିଆଙ୍କୁ ସୂଚନା ଦେବେ । ସଂପ୍ରତି ରାଜଧାନୀରେ ୩୩ଟି ପିସିଆର ଭ୍ୟାନ ଚାଲୁଛି । ସେଥିମଧ୍ୟରୁ ଅଧିକାଂଶ ଭ୍ୟାନ ଖରାପ ଅବସ୍ଥାରେ ରହିଛି । ପୁରୁଣା ପିସିଆର ଭ୍ୟାନ ଏବଂ ପୋଲିସ ବାହିନୀଙ୍କ ଅଭାବ ଯୋଗୁଁ ଦୁର୍ଘଟଣା ଘଟିଥିବା ସ୍ଥାନରେ ଠିକଣା ସମୟରେ ପହଞ୍ଚିପାରୁନି ପୋଲିସ ।

Previous ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ପୁଣି ସୁନା ଜବତ
Next ଦାଦାସାହେବ ଫାଲକେ ଏକ୍ସିଲେନ୍ସି ପୁରସ୍କାର ପାଇବେ ଅନୁଷ୍କା

No Comment

Leave a reply

Your email address will not be published. Required fields are marked *