ଆବୁଧାବିରେ ଅରଗାନାଇଜେସନ ଅଫ ଇସଲାମିକ କରପୋରେସନ (ଓଆଇସି) ୪୬ ତମ ବୈଠକ ଚାଲିଥିବା ବେଳେ ଏଥିରେ ସାମିଲ ହେଲା ନାହିଁ ପାକିସ୍ତାନ । ଏହି ସୂଚନା ପକା ବିଦେଶ ମନ୍ତ୍ରୀ ଶାହା ମହମ୍ମୁଦ କୁରେସି ଦେଇଛନ୍ତି । ସେ ତାଙ୍କ ସଂସଦର ମିଳିତ ଅଧିବେଶନରେ କହିଛନ୍ତି, “ସୁଷମା ସ୍ୱରାଜଙ୍କୁ ସମ୍ମାନନୀୟ ଅତିଥି ଭାବରେ ନିମନ୍ତ୍ରଣ ଦେଇଥିବାରୁ ମୁଁ ବୈଦେଶିକ ମନ୍ତ୍ରୀଙ୍କ ପରିଷଦରେ ଯୋଗ ଦେବିନି ବୋଲି ସ୍ଥିର କରିଛି।” ଏହି ବୈଠକରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି । ଓଆଇସିର ଅଧିବେଶକୁ ସମ୍ବୋଧିତ କରୁଛନ୍ତି ସୁଷମା ସ୍ୱରାଜ ।ସୂଚନାଯୋଗ୍ୟ ପୁଲୱାମା ଆକ୍ରମଣ ପରେ ଭାରତର ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିଥିଲା । ପାକିସ୍ତାନ ମାଟିରେ ପଶି ଜୈଶ୍ ଶିବିରକୁ ଧ୍ୱଂସ କରିଦେଇଥିଲା ଭାରତ । ଭାରତର ଏପରି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ରାଗିବା ସହ ଓଆଇସି ବୈଠକରେ ଭାରତକୁ ସାମିଲ ନକରିବା ପାଇଁ କହିଥିଲା । ତେବେ ଭାରତର କୂଟନୀତି ସାମ୍ନାରେ ପାକିସ୍ତାନକୁ ହାର ମାନିବା ପାଇଁ ପଡ଼ିଲା ଓ ଭାରତ ସାମିଲ ହେବା କାରଣରୁ ପାକିସ୍ତାନ ଏହି ବୈଠକରେ ସାମିଲ ହୋଇନାହିଁ ବୋଲି କୁହାଯାଉଛି ।
ଓଆଇସି ୪୬ ତମ ବୈଠକ: ସାମିଲ ହେଲାନି ପାକିସ୍ତାନ
pakistan foreign minister to skip OIC meet over indias attendance

No Comment