ଓଡ଼ିଆଙ୍କ ପ୍ରାଣ ପଖାଳ

odias popular food pakhala

ପଖାଳ ସହିତ ଓଡିଆ ପ୍ରାଣ ଓତଃପ୍ରୋତ ଭାବେ ଜଡିତ । ଏହା ଗାଁ ଗହଳ ଲୋକଙ୍କ ଅତି ପ୍ରିୟ । ବଡି ସକାଳୁ ଉଠି ଜମିକୁ ହଳ ଲଙ୍ଗଳ ନେଇ ଚାଲିଯାଏ ଚାଷୀ ଭାଇ । ସକାଳ ୮ଟା ପୂର୍ବରୁ ମୁଣ୍ଡରେ ପଖାଳ ତୋରାଣି ମୁଣ୍ଡାଇ ଜମିରେ ପହଞ୍ଚି ଯାଏ ଚଷା ଭାଇର ସ୍ତ୍ରୀ । ଝାଳବୁହା ପରିଶ୍ରମ ପରେ ମନ ଆନନ୍ଦରେ ପଖାଳ ତୋରାଣି ପିଇ ପୁଣି କାମରେ ଲାଗିପଡେ ସେ । ନିଦାଘର ଆଗମନରେ ଓଡିଶାର ଘରେଘରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥାଏ ପଖାଳ ।

ପ୍ରସ୍ତୁତି ଦୃଷ୍ଟିରୁ ବିଭିନ୍ନ ପ୍ରକାର ପଖାଳ ରହିଛି । ପଖାଳ ଦିବସ ଅବସରରେ ବିଭିନ୍ନ ପ୍ରକାର ପଖାଳ ଖାଇବାର ମଜା ନିଅନ୍ତୁ ।

ବାସି ପଖାଳ- ପୂର୍ବ ଦିନ ରନ୍ଧା ହୋଇଥିବା ଭାତରେ ପାଣି ମିଶାଯାଇ ଯାହା ପ୍ରସ୍ତୁତ କରାଯାଏ ତାକୁ କହନ୍ତି ବାସି ପଖାଳ ।

ସଜ ପଖାଳ- ଭାତ ରନ୍ଧା ହେବା ସଙ୍ଗେସଙ୍ଗେ ସେଥିରେ ପାଣି ମିଶାଇ ପ୍ରସ୍ତୁତ ହେଉଥିବା ପଖାଳ ହେଲା ସଜ ପଖାଳ ।

ଦହି ପଖାଳ- ଭୃସଙ୍ଗ ପତ୍ର, ଦହି, ଆମ୍ବ କଷିଆ ଅଦା ଛୁଙ୍କ ଦେଇ ପ୍ରସ୍ତୁତ ହେଉଥିବା ପଖାଳକୁ କହନ୍ତି ଦହି ପଖାଳ ।

ଚୁପୁଡା ପଖାଳ- ଭାତକୁ ଚିପୁଡି ଦହି, ଲୁଣ ଏବଂ ଜିରା ଗୁଣ୍ଡ ସହିତ ପରଷା ଯାଉଥିବା ପଖାଳ ହେଉଛି ଚୁପୁଡା ପଖାଳ ।

Previous ବିହାର ରାଜ୍ୟପାଳଙ୍କୁ ଓଡ଼ିଶାର ଅତିରିକ୍ତ ଦାୟିତ୍ୱ
Next ଭାରତ-ଅଷ୍ଟ୍ରେଲିଆ ମହିଳା ଟି-୨୦ :ବିଜୟ ପଥେ ଅଷ୍ଟ୍ରେଲିଆ

No Comment

Leave a reply

Your email address will not be published. Required fields are marked *