କଥାବାର୍ତ୍ତାରେ ମୀମାଂସା କରିବାକୁ ପ୍ରସ୍ତାବ ଦେଲା ପାକିସ୍ତାନ

pak suggest to solve issue

ଦୀର୍ଘଦିନ ଧରି ଭାରତ-ପାକିସ୍ତାନ ଭିତରେ ଲାଗିରହିଥିବା ବିବାଦ ବଢିବାକୁ ଲାଗିଥିବା ବେଳେ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ହୋଇ ମୀମାଂସା କରିବାକୁ ଆଜି ପ୍ରସ୍ତାବ ଦେଇଛି ପାକିସ୍ତାନ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫୋନ ଯୋଗେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା ହୋଇ ସମସ୍ୟାର ସମାଧାନ କରିବାକୁ ରାଜି ହୋଇଛନ୍ତି। ପାକିସ୍ତାନ ବୈଦଶିକ ମନ୍ତ୍ରୀ ଶାହା ମହମୁଦ କ୍ୱାରେସି ଦୁଇ ଦେଶ ଭିତରେ ଶାନ୍ତି ପ୍ରତିଷ୍ଠା କରିବା ପ୍ରସ୍ତାବ ଦେବା ସହ ବୁଧବାରଠାରୁ ପାକିସ୍ତାନୀ ସେନା କବ୍ଜାରେ ବନ୍ଦୀ ହୋଇଥିବା ଭାରତୀୟ ବାୟୁସେନା ପାଇଲଟ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନଙ୍କୁ ମୁକ୍ତ କରିବାର ପ୍ରତିଶ୍ରୁତି ଦେଇଛି। ପ୍ରଥମେ ଶାନ୍ତି ପ୍ରତିଷ୍ଠା ହେଲେ ଯାଇ ଅଭିନନ୍ଦନଙ୍କୁ ମୁକ୍ତ କରାଯିବ ବୋଲି କ୍ୱିରେସି କହିଛନ୍ତି। ପାକିସ୍ଥାନଠାରୁ ଏହି ପ୍ରସ୍ତାବ ପାଇବା ପରେ ଭାରତ କହିଛି ଯେ ପାକିସ୍ତାନ ନିଜ ଦେଶରେ ଥିବା ଆଙ୍କବାଦୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଯାଇ ଭାରତ ଶାନ୍ତି ପ୍ରତିଷ୍ଠା କରିବ । ଏହାସହ କମାଣ୍ଡର୍‌ ଅଭିନନ୍ଦନଙ୍କୁ ମୁକ୍ତ କରିବାକୁ ପାକିସ୍ତାନ ବାଧ୍ୟ ବୋଲି ଭାରତ ପକ୍ଷରୁ କୁହାଯାଇଛ।

Previous ସମ୍‌ଝୌତା ଏକ୍ସପ୍ରେସ୍‌ ଚଳାଚଳ ବନ୍ଦ କଲା ପାକିସ୍ତାନ
Next ଓଡ଼ିଶାରେ ଆଲର୍ଟ ଜାରି

No Comment

Leave a reply

Your email address will not be published. Required fields are marked *