ଓଡ଼ିଶାର ୩ ଜଣଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

padma award to three odia

ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ। ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। କ୍ରିକେଟର ଗୌତମ ଗମ୍ଭୀର ଓ ଫୁଟବଲ୍‌ର ସୁନିଲ ଛେତ୍ରୀ, ଅଭିନେତା ମନୋଜ ବାଜପେୟୀଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଆଜିର ଏହି ସମାରୋହରେ ଓଡ଼ିଶାର ୩ ଜଣକୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ସମାଜସେବା ପାଇଁ କଟକର ଡି.ପ୍ରକାଶ ରାଓ, କେନ୍ଦୁଝରର ଦୈତାରୀ ନାୟକ ଓ ଜୈବିକ ପଦ୍ଧତିରେ କୃଷି କାର୍ଯ୍ୟ ପାଇଁ କୋରାପୁଟର କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

Previous ନିର୍ବାଚନ ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌
Next ଫୁଲ ଧରିଲେ ବଳଭଦ୍ର ମାଝି

No Comment

Leave a reply

Your email address will not be published. Required fields are marked *