ଚିକିତ୍ସା ବିିଜ୍ଞାନରେ ହୋଞ୍ଜୋ ଏବଂ ଆଲିସନଙ୍କୁ ନୋବେଲ

P. Allison & Tasuku Honjo will get nobel prize in medicine

କ୍ୟାନ୍ସର ଭଳି ମାରାତ୍ମକ ବ୍ୟାଧିରୁ ମୁକୁଳିବା ପାଇଁ ଦୀର୍ଘ ଦିନ ଧରି ଗବେଷଣା ଚଳାଇ ସଫଳତା ହାସଲ କରିଥିବା ଆମେରିକାର ଜେମ୍ସ ଆଲିସନ୍ ଏବଂ ଜାପାନର ତାସୁକୁ ହୋଞ୍ଜୋଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ ।

ଆଲିସନ୍ ଏବଂ ହୋଞ୍ଜୋ କ୍ୟାନ୍ସର ରୋଗକୁ ପ୍ରତିରୋଧ କରିବା ପାଇଁ ଏକ ଫଳପ୍ରଦ ଥେରାପି ପ୍ରସ୍ତୁତ କରିଛନ୍ତି । କ୍ୟାନ୍ସର ଭଳି ଭୟଙ୍କର ବ୍ୟାଧି ସହ ଲଢିବା ପାଇଁ ଏହି ଥେରାପି ବ୍ରହ୍ମାସ୍ତ୍ର ସଦୃଶ କାର୍ଯ୍ୟ କରିବ । ଏହାର ପ୍ରୟୋଗରେ ଶରୀରର କୋଷଗୁଡିକ ପୂର୍ବାପେକ୍ଷା ଅଧିକ ସକ୍ରିୟ ହୋଇପାରିବ । ଆଲିସନ୍ ଏବଂ ହୋଞ୍ଜୋ କର୍କଟ ରୋଗକୁ ସମୂଳେ ବିନାଶ କରିବା ପାଇଁ ବହୁ ଦିନ ଧରି ବିଭିନ୍ନ ଥେରାପି ଉପରେ ଗବେଷଣା ଚାଲୁ ରଖିଥିଲେ । ଶେଷରେ ସେମାନଙ୍କୁ ସଫଳତା ମିଳିଛି ।

ଆଲିସନ୍ ୟୁନିଭର୍ସିଟି ଅଫ୍ ଟେକ୍ସାସ୍ ଏମଡି ଆଣ୍ଡରସନ୍ କ୍ୟାନ୍ସର ସେଣ୍ଟରର ଜଣେ ପ୍ରଫେସର ହୋଇଥିବାବେଳେ ହୋଞ୍ଜୋ ଜାପାନସ୍ଥିତ କ୍ୟୋଟୋ ୟୁନିଭରସିଟିର ପ୍ରଫେସର ଅଛନ୍ତି । ପ୍ରଥମେ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଥିବାବେଳେ ମଙ୍ଗଳବାର ପଦାର୍ଥ ବିଜ୍ଞାନ, ବୁଧବାର ରସାୟନ ବିଜ୍ଞାନ, ଶୁକ୍ରବାର ନୋବେଲ ଶାନ୍ତି ଏବଂ ଆସନ୍ତା ସୋମବାର ଅର୍ଥ ଶାସ୍ତ୍ର ପାଇଁ ନୋବେଲ ବେଜେତାଙ୍କ ନାମ ଘୋଷିତ ହେବ । ଚଳିତ ବର୍ଷ ଡିସେମ୍ବର ୧୦ ତାରିଖରେ ନୋବେଲ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବା ନେଇ ନୋବେଲ ଆସେମ୍ଲି ସୂତ୍ରରୁ ସୂଚନା ମିଳିଛି । ବିଗତ ୭୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସାହିତ୍ୟରେ ନୋବେଲ ଦିଆଯିବ ନାହିଁ ।

Previous ଧର୍ମ-ସୌନ୍ଦର୍ଯ୍ୟର ସଙ୍ଗମସ୍ଥଳୀ ଜାହାନିଆ ପୀଠ
Next ପଦାର୍ଥ ବିଜ୍ଞାନରେ ତିନି ଜଣଙ୍କୁ ନୋବେଲ

No Comment

Leave a reply

Your email address will not be published. Required fields are marked *